ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ

ଅହମ୍ମଦାବାଦ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ୨ଥର ଲେଖାଏଁ ଚାମ୍ପିୟନ ହୋଇଛନ୍ତି । ଏଥର ଟୁର୍ଣ୍ଣାମେଂଟରେ ୫୫ଟି ମ୍ୟାଚ ଖେଳା ଯାଇଥିଲା । ଅନେକ ରେକର୍ଡ ଭାଙ୍ଗିଥିଲା । ଆସନ୍ତୁ ନଜର ପକାଇବା କେଉଁ ସବୁ ରେକର୍ଡ ଭାଙ୍ଗିଛି ।
୧. ଭାରତୀୟ ଟିମ ଏହି ବିଶ୍ୱକପରେ ୧୦୬ ଛକା ମାରିଥିଲା । ଏହା ପୂର୍ବରୁ କୌଣସି ଟିମ ଏତେ ସଂଖ୍ୟକ ଛକା ମାରି ନ ଥିଲେ ।
୨. ନ୍ୟୁଜିଲାଣ୍ଡର ଫିନ ଆଲେନ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୩ ବଲରେ ଶତକ ମାରିଥିଲେ । ଏହା ଟି୨୦ ବିଶ୍ୱକପରେ ରେକର୍ଡ । କ୍ରିସ ଗେଲ ୨୦୧୬ରେ ୪୭ ବଲରେ ଶତକ ମାରିଥିଲେ ।

୩. ଆଲେନ ଟି୨୦ ଏବଂ ଦିିନିକିଆ ବିଶ୍ୱକପରେ ଦ୍ରୁତ ଶତକ ମାରିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି ।
୪.ଅଭିଷେକ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ଟି୨୦ ବିଶ୍ୱକପ ଓ ନକଆଉଟରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ।
୫. ସଞ୍ଜୁ ସାମସନ ଟି୨୦ ବିଶ୍ୱକପରେ ଏଥର ୨୪ ଛକା ମାରିଛନ୍ତି । ଗୋଟିଏ ଏଡିଶନରେ ଏହା ସର୍ବାଧିକ ଛକା ।
୬. କ୍ରମାଗତ ୨ଟି ମ୍ୟାଚରେ ଭାରତୀୟ ଟିମ ୨୫୦ରୁ ଊର୍ଦ୍ଧ୍ୱ ସ୍କୋର କରି ରେକର୍ଡ କରିଛନ୍ତି । ସେମିରେ ଇଂଲଣ୍ଡ ବିପକ୍ଷରେ ୨୫୩ ଓ ଫାଇନାଲରେ ୨୫୫ ରନ କରିଥିଲା । ଜିମ୍ବାୱେ ବିପକ୍ଷରେ ମଧ୍ୟ ଭାରତ ୨୫୬ ରନ କରିଥିଲା । ଚଳିତ ସଂସ୍କରଣରେ ଏହା ସର୍ବୋଚ୍ଚ ଦଳଗତ ସ୍କୋର ।
୭. ପାକିସ୍ତାନର ସାହେବଜାଦା ଫରହାନ ଏଥର ୩୮୩ ରନ କରିଛନ୍ତି । ଗୋଟିଏ ଟିି୨୦ ବିଶ୍ୱକପ ସଂସ୍କରଣରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର । ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି ୨୦୧୪ରେ ୩୧୯ ରନ କରିଥିଲେ ।

୮. ସାହେବଜାଦା ଫରହାନ ଓ ଫଖର ଜମାନା ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ୱିକେଟରେ ୧୭୬ ରନ ସଂଗ୍ରହ କରିଥିଲେ । ଟି୨୦ ଆନ୍ତର୍ଜାତୀୟ ମୁକାବିଲାରେ ଏହା ସବୁଠାରୁ ବଡ ପାର୍ଟନରଶିପ ।
୯. ସଞ୍ଜୁ ସାମସନ ଫାଇନାଲରେ ୮୯ ରନର ଇନିଂସ ଖେଳିଥିଲେ । ଏହା ଟି୨୦ ବିଶ୍ୱକପ ଫାଇନାଲରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ।
୧୦. ୱାଙ୍ଖେଡରେ ଖେଳା ଯାଇଥିବା ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ଟିମ ମିଳିତ ଭାବେ ୪୯୯ ରନ କରିଥିଲେ । ଟି୨୦ ବିଶ୍ୱକପ ଇତିହାସରେ ଦ୍ୱିତୀୟ ବଡ ସ୍କୋର ।
୧୧. ପ୍ରଥମ ଟିମ ଭାବେ ଭାରତ ୩ଟି ବିଶ୍ୱକପ ଜିତିଥିବା ବେଳେ ଆୟୋଜକ ଦେଶ ଭାବେ ମଧ୍ୟ ଟାଇଟଲ ହାସଲ କରିଛି ।
୧୨. ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨୫୫ ରନ କରିଥିଲା । ଟି୨୦ ବିଶ୍ୱକପ ଫାଇନାଲରେ ଏହା ସର୍ବୋଚ୍ଚ ଦଳଗତ ସ୍କୋର ।

Comments (0)
Add Comment