ଯୁଦ୍ଧ ଭିତରେ ଭାରତଠୁ କ୍ଷେପଣାସ୍ତ୍ର କିଣିବ ଏହି ମୁସଲିମ ଦେଶ…

ନୂଆଦିଲ୍ଲୀ: ଶକ୍ତିଶାଳୀ ହେଉଛି ଭାରତର ପ୍ରତିରକ୍ଷା

ଭାରତ ଶକ୍ତି ଦେଖି ଆତ୍କୃଷ୍ଟ ହେଉଛନ୍ତି ଅନ୍ୟ ଦେଶ

ଯୁଦ୍ଧ ମଧ୍ୟରେ ହେଲା ବଡ଼ ଡ଼ିଲ

ଭାରତଠୁ କିଣିବେ କ୍ଷେପଣାସ୍ତ୍ର ଏବଂ ମିସାଇଲ

ଦିନେ ନିଜର ପ୍ରତିରକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହେଇଥିବା ଭାରତ, ଏବେ ଅନ୍ୟ ଦେଶର ପ୍ରତିରକ୍ଷା ପାଇଁ ଯୋଗାଇ ଦେବ ଅସ୍ତ୍ର। ଏଥିପାଇଁ ବିଶ୍ୱର ସର୍ବବୃହତ ମୁସଲିମ ଦେଶ ସହିତ ହୋଇଛି ବଡ଼ ଚୁକ୍ତି। ଭାରତଠାରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବ ଏହି ମୁସଲିମ ଦେଶ। ସର୍ବବୃହତ ମୁସଲିମ ଦେଶ ଇଣ୍ଡୋନେସିଆ ପ୍ରାୟ ୪୫୦ ନିୟୁତ ଡଲାର ଅର୍ଥାତ୍ ୩୮୦୦ କୋଟି ଟଙ୍କାରେ ଭାରତଠାରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀ କ୍ରୟ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି, ଯାହା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗୀତାକୁ ସୁଦୃଢ଼ କରିବ। ଫିଲିପାଇନ୍ସ ପରେ ଏହି ସିଷ୍ଟମ କିଣିବାରେ ଇଣ୍ଡୋନେସିଆ ଦ୍ୱିତୀୟ ଦକ୍ଷିଣ-ପୂର୍ବ ଏସୀୟ ଦେଶ ହୋଇଛି। ଇଣ୍ଡୋନେସିଆ କହିଛି ଯେ ଏହି ଚୁକ୍ତି ଏହାର ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ ଏବଂ ଏହାର ଉପକୂଳ ସୁରକ୍ଷା କ୍ଷମତାକୁ ମଜବୁତ କରିବା ପାଇଁ ଏହାର ରଣନୀତିର ଏକ ଅଂଶ। ଏହି କ୍ରୟ ପ୍ରତିରକ୍ଷା କ୍ଷେତ୍ରରେ ଜାକର୍ତ୍ତା-ନୂଆଦିଲ୍ଲୀ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ। ଏହି ନୂତନ ପ୍ରଣାଳୀ ଜାତୀୟ ସାର୍ବଭୌମତ୍ୱକୁ ସୁରକ୍ଷା ଦେବାରେ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବ ବୋଲି ଇଣ୍ଡୋନେସିଆ କହିଛି।

ତେବେ ଏହା ପ୍ରଥମ ନୁହେଁ ଯେ, ଭାରତ ଏହାର ନିଜସ୍ଵ ତିଆରି କ୍ଷେପଣାସ୍ତ୍ରକୁ ଅନ୍ୟ ଦେଶକୁ ବିକ୍ରି କରିବା ପାଇଁ ଚୁକ୍ତି କରୁଛି। ଏହା ପୂର୍ବରୁ ଭାରତଠାରୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବା ପାଇଁ ଫିଲିପାଇନ୍ସ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଫିଲିପାଇନ୍ସ ପରେ ଇଣ୍ଡୋନେସିଆ ଦକ୍ଷିଣ-ପୂର୍ବ ଏସିଆର ଦ୍ୱିତୀୟ ଦେଶ ହୋଇ ବ୍ରହ୍ମୋସ୍ କ୍ରୟ କରିଛି। ଖାଲି ସେତିକି ନୁହେଁ ଅନ୍ୟ ଅନେକ ଦେଶ ମଧ୍ୟ ବ୍ରହ୍ମୋସ୍ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି।

‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ଅଧୀନରେ ରୁଷ ସହାୟତାରେ ବିକଶିତ ଏହି ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କ୍ରୟ କରିବାକୁ ଅନେକ ଦେଶ ଲାଇନରେ ରହିିଛନ୍ତି। ରିପୋର୍ଟ ଅନୁଯାୟୀ, ଭିଏତନାମ ମଧ୍ୟ ଏକ ସମ୍ଭାବ୍ୟ ୭୦୦ ନିୟୁତ ଡଲାର ଚୁକ୍ତିକୁ ଚୂଡ଼ାନ୍ତ କରିବାକୁ ନିକଟତର ହୋଇଛି। ସେହିପରି ଥାଇଲାଣ୍ଡ, ସାଉଦି ଆରବ, ୟୁଏଇ, ଓମାନ, ଇଜିପ୍ଟ ଏବଂ କିଛି ଲାଟିନ୍ ଆମେରିକୀୟ ଦେଶ ମଧ୍ୟ ବ୍ରହ୍ମୋସ୍ ଚୁକ୍ତି ସମ୍ପର୍କରେ ଭାରତ ସହିତ ଆଲୋଚନା କରୁଛନ୍ତି।

ଭାରତରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ସିନ୍ଦୁର ଅପରେସନ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ପହଲଗାମ୍ ଆକ୍ରମଣ ପରେ, ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଥିଲା। ଭାରତୀୟ ସେନା ସିନ୍ଦୁର ଅପରେସନରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ଆକାଶ କ୍ଷେପଣାସ୍ତ୍ର ଏବଂ MRSAM (ବାରକ-୮) ବ୍ୟବହାର କରିଥିଲା। ଯେଉଁଥିରେ ଏହାର ଶକ୍ତି ପୁରା ବିଶ୍ଵ ଦେଖିଥିଲା।

ତେବେ ଯଦି ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ବିଶେଷତ୍ୱ ଦେଖିବା, ତାହେଲେ ବ୍ରହ୍ମୋସ୍ ଏକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର। ଏହା ଘଣ୍ଟା ପ୍ରତି ୩୭୦୦ କିଲୋମିଟର ବେଗରେ ଲକ୍ଷ୍ୟଭେଦ କରିପାରିବ। ଏହାର ପରିସର ପ୍ରାୟ ୮୦୦ କିଲୋମିଟର। ଏହା ୨୦୦ ରୁ ୩୦୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ। ଏହାକୁ ସ୍ଥଳ, ସମୁଦ୍ର ଏବଂ ଆକାଶରୁ ନିକ୍ଷେପ କରାଯାଇପାରିବ। ଶତ୍ରୁ ରାଡାରକୁ ଏଡାଇବା ପାଇଁ ଏହା ଅତ୍ୟନ୍ତ କମ୍ ଉଚ୍ଚତାରେ ଉଡ଼ିବାକୁ ସକ୍ଷମ।

Comments (0)
Add Comment