ଦିନିକିଆ କ୍ରିକେଟକୁ ବାଇ ବାଇ କରିଦେବେ କି ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ୨୦୨୬ର ଟାଇଟଲ ହାସଲ କରିଛି । ସୂର୍ଯ୍ୟକୁମାର ଜଣେ ପ୍ରତିଭାବାନ ଖେଳାଳି ହେଲେ ମଧ୍ୟ ଦିନିକିଆ ଓ ଟେଷ୍ଟରେ ତାଙ୍କ ପ୍ରଭାବ ଦେଖାଇ ପାରି ନାହାନ୍ତି । ଏବେ ଏକ ସାକ୍ଷାତକାରରେ ସୂର୍ଯ୍ୟକୁମାର ଦିନିକିଆ କ୍ରିକେଟ ମୋ ପସନ୍ଦର ନୁହେଁ । ଏଥିରେ ମୁଁ ଫିଟ ହେଉନି ବୋଲି କହିଛନ୍ତି । ଯାହାକି ପରୋକ୍ଷରେ ସେ ଦିନିକିଆ କ୍ରିକେଟକୁ ବାଇ ବାଇ କରିବା ସୂଚନା ପ୍ରଦାନ କରୁଛି । ଦିିନିକିଆ କ୍ରିକେଟରେ ଜଣେ ଖେଳାଳିଙ୍କୁ ୩ ପ୍ରକାରର ଖେଳିବାକୁ ପଡିଥାଏ । ବେଳେ ବେଳେ ଦ୍ରୁତ ହାରରେ ରନ ସଂଗ୍ରହ କରିବାକୁ ପଡିଥାଏ ତ ଆଉ କେତେ ବେଳେ ଟେଷ୍ଟ କ୍ରିକେଟ ପରି ଖେଳିବାକୁ ପଡିଥାଏ । ତୃତୀୟ କଥା ହେଲା ତୁମ ବ୍ୟାଟିଂ ଲାଇନଅପରେ ମଧ୍ୟ ସ୍ଥିରତା ନ ଥାଏ ।

ଅପରପକ୍ଷରେ ଟି୨୦ରେ ଗୋଟିଏ ଫର୍ମୂଲାରେ ପ୍ରାୟତଃ ଖେଳିବାକୁ ପଡିଥାଏ । ସୂର୍ଯ୍ୟକୁମାର ୩୭ ଦିନିକିଆ ମ୍ୟାଚରେ ୨୫.୭୬ ଆଭରେଜରେ ୭୭୩ ରନ କରିଛନ୍ତି । ସେ ୪ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି । ଲିଷ୍ଟ ଏରେ ମଧ୍ୟ ସେ ୩୨ ଆଭରେଜରେ ୩୭୦୪ ରନ କରିଛନ୍ତି । ଅପରପକ୍ଷରେ ଟି୨୦ରେ ସେ ପ୍ରଭାବୀ ପ୍ରଦର୍ଶନ କରିଥାନ୍ତି । ୧୧୩ ଟି୨୦ରେ ସେ ୩୬ରୁ ଅଧିକ ଆଭରେଜରେ ୩୨୭୨ ରନ କରିଛନ୍ତି । ଏଥିରେ ୪ ଶତକ ମାରିଛନ୍ତି । ଅବଶ୍ୟ ସୂର୍ଯ୍ୟକୁମାରଙ୍କ ବ୍ୟାଟ ପୂର୍ବ ଭଳି ଗର୍ଜନ କରୁ ନାହିଁ । ଆଇପିଏଲରେ ସେ ତାଙ୍କ ଲୟକୁ ଫେରିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।

Comments (0)
Add Comment