ରାଜ୍ୟରେ ୫ ଦିନ କାଳବୈଶାଖୀ, ଝଡବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟରେ ୫ ଦିନ କାଳବୈଶାଖୀ ଆଶଙ୍କା। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ। ଏହା ପ୍ରଭାବରେ ପ୍ରତିଦିନ ରାଜ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଏବଂ ସ୍ଥାନେ ସ୍ଥାନେ ପବନ ହୋଇପାରେ। ତାପମାତ୍ରା ମଧ୍ୟ ସାମାନ୍ୟ ହ୍ରାସ ପାଇବ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଖରା ପ୍ରକୋପରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଏହା ପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ, ଯାହାକି ପରବର୍ତ୍ତୀ ୫ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁସାରେ ଗୁରୁବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ଆଶଙ୍କା ରହିଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ହୋଇପାରେ । କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ଅଛି । କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଜପତି ଏବଂ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ଆଶଙ୍କା ଅଛି । ସ୍ଥାନେ ସ୍ଥାନେ ପବନ ବେଗ ଘଣ୍ଟାପ୍ରତି ୩୦- ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

୫ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖୀର ପ୍ରଭାବ । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୦ ତାରିଖରେ ରାଜ୍ୟର ୨୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବା ନେଇ ଆକଳନ କରାଯାଇଛି । ଏଥିପାଇଁ ଏହି ସବୁ ଜିଲ୍ଲା ଗୁଡିକକୁ ଅରେଞ୍ଜ ୱର୍ଣ୍ଣିଂ ଜାରି କରାଯାଇଛି ।ବୁଧବାର ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ୩୪ରୁ ୩୬ ଡିଗ୍ରୀ ପାଖାପାଖି ଥିଲା । ଚାନ୍ଦବାଲି ୩୬.୪, ଅନୁଗୁଳ ୩୬.୧, ଝାରସୁଗୁଡ଼ା ୩୬.୨, ତାଳଚେର ୩୬.୫, ବୌଦ୍ଧ ୩୬.୨, ଭଦ୍ରକ ୩୬ ଡିଗ୍ରୀ ସେଲ୍ସିୟସ ଥିବାବେଳେ ଭୁବନେଶ୍ୱର ୩୪.୭, କଟକ ୩୪.୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା ।

Comments (0)
Add Comment