କଙ୍ଗନାଙ୍କ ‘ମଣିକର୍ଣ୍ଣିକା ଫିଲ୍ମସ’ କାର୍ଯ୍ୟାଳୟକୁ ‘ଷ୍ଟପ୍ ୱାର୍କ’ ନୋଟିସ୍‌ ଜାରି କଲା ବିଏମ୍‌ସି

ମୁମ୍ବାଇ: ବାନ୍ଦ୍ରାସ୍ଥିତ ପାଲି ହିଲ୍ ଅଞ୍ଚଳରେ ଥିବା ତାଙ୍କ ନିଜର ‘ମଣିକର୍ଣ୍ଣିକା ଫିଲ୍ମସ’ କାର୍ଯ୍ୟାଳୟକୁ ବ୍ରିହାନମ୍ବାଇ ମୁନିସିପାଲ୍‌ କର୍ପୋରେସନ(ବିଏମ୍‌ସି) ଭାଙ୍ଗିପାରେ ବୋଲି ବଲିଉଡ୍‌ ଅଭିନେତ୍ରୀ  କଙ୍ଗନା ରାଣାୱତ ଆଶଙ୍କା ପ୍ରକଟ କରିବାର ଦିନକ ପରେ ବିଏମସି ତାଙ୍କୁ ‘ଷ୍ଟପ୍ ୱାର୍କ'(କାମ ବନ୍ଦ କରିବାକୁ) ନୋଟିସ୍‌ ପଠାଇଛି।

ବମ୍ବେ ମ୍ୟୁନିସିପାଲ୍‌ କର୍ପୋରେସନ୍  ଧାରା ୩୫୪ (ଏ) ଅନୁଯାୟୀ କଙ୍ଗନା ରାଣାୱତଙ୍କୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଏମସି ଅଧିକାରୀମାନେ ମଙ୍ଗଳବାର ସକାଳୁ କଙ୍ଗନାଙ୍କ କାର୍ଯ୍ୟାଳୟ ଫାଟକରେ ଏକ ନୋଟିସ୍ ଲଗାଉଥିବାର ଦେଖିବାକୁ ମିଳିଛି।

Comments (0)
Add Comment