ମାହାଙ୍ଗା ନାବାଳିକା ମୃତ୍ୟୁ ରହସ୍ୟ:ଗିରଫ ହେ‌ଲେ ୨ଅଭିଯୁକ୍ତ

କଟକ: ମାହାଙ୍ଗା ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ୨ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଡିଓ ଓ ଚିଠି ଭାଇରାଲ୍‌ ହେବାର ସପ୍ତାହେ ପରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା  ସୂଚନା ଦେଇ କହିଛନ୍ତି ଯେ, ନାବାଳିକାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବାରୁ ଅନୁପମ ରାୟଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ଗିରଫ କରାଯାଇଛି। ନାବାଳିକାଙ୍କୁ ଆତ୍ମହତ୍ୟା କରିବା ପାଇଁ ଅନୁପମ ତାଙ୍କୁ ଉସୁକାଇଥିବା କଥା ଜାଣିଥିଲେ ଶରତ। ହେଲେ ସବୁ ଜାଣି ବି ସେ ଚୁପ ରହିବା ସହ ଅନୁପମଙ୍କୁ ସାହାଯ୍ୟ କରିଥିଲେ।

କୁହାଯାଉଛି ଯେ, ମୃତ ନାବାଳିକାଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲରେ ଖେଳ ଶିକ୍ଷକ ଥିବା ଅନୁପମ ରାୟଙ୍କର ପ୍ରେମ ସଂପର୍କ ଥିଲା। ଏହା ପ‌ରେ ୨ମାସ ତଳେ ହଠାତ୍ ନାବାଳିକା ଆତ୍ମହତ୍ୟା କରିଥିଲେ। କିଛି ଦିନ ତଳେ ଏକ ଅଡିଓ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ପରସ୍ପର ସହ କଥା ହେଉଥିବା ଜଣାପଡ଼ିଥିଲା। ପ୍ରମାଣ ନଷ୍ଟ କରିବାକୁ ଓ ମାମଲାକୁ ରଫାଦଫା କରିବାକୁ ଅନୁପମଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗିଥିଲେ। ପୁଲିସକୁ ବି ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ।

#National#Odisha#State
Comments (0)
Add Comment