ଏହି କ୍ଷଣ ଅବିସ୍ମରଣୀୟ: ମୋଦି

ନୂଆଦିଲ୍ଲୀ : ବୁଧବାର ସନ୍ଧ୍ୟାରେ ଇତିହାସ ରଚିଛି ଭାରତ। ଇସ୍ରୋର ଚନ୍ଦ୍ରୟାନ-୩ ସୁରକ୍ଷିତ ଭାବରେ ଚନ୍ଦ୍ରର ସାଉଥ୍‌ପୋଲ ବା ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିଛି। ଏହି ସଫଳତା ହାସଲ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥାଇ ପ୍ରଧାନମନ୍ତ୍ରୀ ସେଠାରୁ ଇସ୍ରୋ ବୈଜ୍ଞାନିକ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏହା ଭାରତ ଉଦୟର କ୍ଷଣ। ଏହି କ୍ଷଣ ଅବିସ୍ମରଣୀୟ। ଏହି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି। ପୂର୍ବରୁ ଆମେରିକା, ରୁଷିଆ, ଚାଇନା ଓ ୟୁରୋପୀୟ ମହାକାଶ ସଂସ୍ଥା ଏହି ସଫଳତା ହାସଲ କରିସାରିଛନ୍ତି।

ସୂଚନାଯୋଗ୍ୟ, ଇସ୍ରୋ ଗତ ଜୁଲାଇ ୧୪ରେ ଚନ୍ଦ୍ରୟାନ-୩କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା। ଏହା ପୂର୍ବରୁ ୨୦୦୮ରେ ଚନ୍ଦ୍ରୟାନ-୧ ଓ ୨୦୧୯ରେ ଚନ୍ଦ୍ରୟାନ-୨କୁ ମଧ୍ୟ ପ୍ରେରଣ କରିଥିଲା।

#India
Comments (0)
Add Comment