ପ୍ରଦୀପ ପାଣିଗ୍ରାହୀଙ୍କୁ ଗାଡିକୁ ଅଣ୍ଡା ମାଡ଼

ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇ ଆକ୍ରମଣ ପାଇଁ ଉଦ୍ୟମ କଲେ ସ୍ଥାନୀୟ ବିଜେଡି ନେତା।  ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି। ପୁଲିସ ଉପ ସ୍ଥିତିରେ ପିଟାପିଟି ହୋଇଛି।

ଖାଲି ସେତିକି ନୁହେଁ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନିଜ ଆୟତ୍ତକୁ ନେବାକୁ ଉଦ୍ୟମ କରୁଛି। ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା ମାଡ କଲେ ବିଜେଡି କର୍ମୀ । କର୍ମୀଙ୍କୁ ମୁଥ ମାରିବା, ଗାଡିକୁ ଅଟକାଇବା ପରେ ପୁଣି ଅଣ୍ଡା ମାଡ ହୋଇଛି । ନିଜ ନିର୍ବାଚନମଣ୍ଡଳିକୁ ପୁରାଇ ନଦେବା ପାଇଁ ପ୍ରୟାସ ।

ନିଜ ନିର୍ବାଚନମଣ୍ଡଳିକୁ ଜଣେ ନେତାଙ୍କୁ ପୁରାଇ ନଦେବାକୁ ଚକ୍ରାନ୍ତ । ଭୁବନେଶ୍ୱରରୁ ଗଞ୍ଜାମ ଯାଉଥିବା ବେଳେ ବାରମ୍ବାର ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ କରାଯାଉଛି । ଦଳୀୟ କର୍ମୀଙ୍କୁ ଲଗାଇ ବିଜେଡି ବିରୋଧ କରୁଥିବା ଅଭିଯୋଗ ହୋଇଛି । ଲାଞ୍ଜିପଲ୍ଲୀ ଖଜୁରିଆ ବାଇପାସରେ ବିଜେଡି କର୍ମୀ ଅଟକାଇଛନ୍ତି ।ପ୍ଲାକାର୍ଡ ଦେଖାଇ ଗୋ ବ୍ୟାକ୍ ନାରା ଦେଇ ବିଧାୟକଙ୍କୁ ବିରୋଧ କରିଛନ୍ତି । ବିରୋଧ ପରେ ଲାଞ୍ଜିପଲ୍ଲୀ ସ୍ଥିତ ଫାର୍ମହାଉସକୁ ବିଧାୟକ ଯାଇଛନ୍ତି । ସେଠି ମଧ୍ୟ ଫାର୍ମ ହାଉସ ଆଗରେ ବିଜେଡି କର୍ମୀ ଧାରଣାରେ ବସିଛନ୍ତି । ଫାର୍ମହାଉସରୁ ବାହାରିବା ପାଇଁ ବିଧାୟକଙ୍କୁ ବିଜେଡି କର୍ମୀ ବାଟ ଛାଡୁ ନାହାନ୍ତି ।

#India#Odisha#State
Comments (0)
Add Comment