ଜୋକୋଭିକ୍‌ ଅଯୋଗ୍ୟ: ଦେବେ୧ କୋଟି ୮୩ ଲକ୍ଷ ଟଙ୍କା ଜରିମାନା

ନ୍ୟୁୟର୍କ: ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ସପ୍ତମ ଦିନରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି। ସ୍ପେନ୍‌ର ପାବଲୋ କ୍ୟାରିନୋ ବୁସ୍ତାଙ୍କ ବିପକ୍ଷ ଚତୁର୍ଥ ରାଉଣ୍ଡ ମୁକାବିଲା ବେଳେ ପୁରୁଷ ଏକକ ଶୀର୍ଷ ସିଡ୍ ତଥା ବିଶ୍ବର ଏକ ନମ୍ବର ଟେନିସ୍ ତାରକା ନୋଭାକ ଜୋକୋଭିକଙ୍କ ନିନ୍ଦନୀୟ ଓ ଆଶୋଭନୀୟ ଆଚରଣ ସମଗ୍ର ଟେନିସ୍ ଜଗତକୁ ବିସ୍ମିତ ଓ ଲଜ୍ଜିତ କରିଛି। ସର୍ବିୟାର ଏହି ଚାମ୍ପିଅନ୍ ଖେଳାଳି ରବିବାର ବିଳମ୍ବିତ ରାତିରେ ଖେଳୁଥିବା ନିଜ ଚତୁର୍ଥ ରାଉଣ୍ଡ ମ୍ୟାଚ୍ ବେଳେ ଏଭଳି ଏକ ଅପ୍ରୀତିକର କାଣ୍ଡ ଘଟାଇଥିଲେ, ଯାହା ତାଙ୍କ ପ୍ରଶଂସକଙ୍କ ମୁଣ୍ଡ ତଳକୁ କରି ଦେଇଥିଲା। ବୁସ୍ତାଙ୍କ ବିପକ୍ଷ ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ୫-୬ରେ ପଛୁଆ ଥିଲା ବେ‌ଳେ ଜୋକୋଭିକଙ୍କ ସର୍ଭିସକୁ ବୁସ୍ତା ଭଙ୍ଗ କରିଥିଲେ। ତିନିଟି ସେଟ୍ ପଏଣ୍ଟ୍‌ ହାତଛଡ଼ା କରି ୦-୪୦ ସ୍ଥିତିରେ ଥିବାରୁ ହତୋତ୍ସାହିତ ଓ ଉତ୍‌କ୍ଷିପ୍ତ ହୋଇ ଜୋକୋଭିକ୍ କୋର୍ଟର ପଛକୁ ଖୁବ୍‌ ଜୋର୍‌ରେ ରୢାକେଟ୍‌ରେ ବଲ୍‌କୁ ମାରିଥିଲେ। ଯାହା ସିଧା ଯାଇ ମହିଳା ଲାଇନ୍‌ ଜଜ୍‌ଙ୍କ ଗଳାରେ ବାଜିଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ସଙ୍ଗେସଙ୍ଗେ ସେ ତଳେ ପଡ଼ି ଯାଇଥିଲେ। ଅବଶ୍ୟ ତୁରନ୍ତ ତାଙ୍କ ପାଖକୁ ଦୌଡ଼ିଯାଇ କ୍ଷମାପ୍ରାର୍ଥନା କରିଥିଲେ ଜୋକୋଭିକ।

Comments (0)
Add Comment