କାଗଜ ପେଟିରୁ ମିଳିଲା ନବଜାତ ଶିଶୁର ମୃତଦେହ

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ବସ୍ତା-ବାଲିଆପାଳ ରାସ୍ତାର ପେଜଗଳା ପୋଲ ନିକଟରେ ସୋମବାର ଏକ କାଗଜ ପେଟି ଭିତରେ ନବଜାତ ଶିଶୁର ମୃତଦେହ ମିଳିଛି। କେଉଁ ପରିସ୍ଥିତିରେ ଏହି ନବଜାତକକୁ ଏଠାରେ କିଏ ପକାଇଛି ତାହା ଜଣାପଡ଼ିନାହିଁ। ମୃତ ପିଲା ଜନ୍ମ ହେବା ପରେ ଏଠାରେ କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ସାଧାରଣତଃ ଶିଶୁର ମୃତ୍ୟୁ ହେଲେ ଗାତଖୋଳି ପୋତି ଦିଆଯାଇଥାଏ। ଏହି ଶିଶୁକୁ ନ ପୋତି କାହିଁକି ଏଠାରେ ଏମିତି କାଗଜପେଟି ଭିତରେ ରଖି ଫିଙ୍ଗି ଦିଆଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

#Odisha
Comments (0)
Add Comment