ମୋଦିଙ୍କ ବେକରେ ବସିବାକୁ ଯାଉଛୁ ମୁମ୍ବାଇ: ଲାଲୁ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର ଘୋଷଣା କରିଛନ୍ତି ମୁମ୍ବାଇରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବାକୁ ଇଣ୍ଡିଆ ମିଳିତ ମେଣ୍ଟ ପ୍ରସ୍ତୁତି କରୁଛି। ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ରେ ମୁମ୍ବାଇରେ ହେବାକୁ ଥିବା ବିରୋଧୀ ଦଳର ତୃତୀୟ ବୈଠକ ପୂର୍ବରୁ ଲାଲୁ ଏହା କହିଛନ୍ତି।

ଆସନ୍ତା ବର୍ଷ ୨୦୨୪ ନିର୍ବାଚନରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ ହଟାଇବାକୁ ବିରୋଧୀ ଦଳ ସ୍ଥିର କରିଛନ୍ତି।

ଗଣମାଧ୍ୟମକୁ ସମ୍ବୋଧିତ କରି ଆରଜେଡି ମୁଖ୍ୟ କହିଛନ୍ତି, ମୁମ୍ବାଇରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବାକୁ ଆମେ ପ୍ରସ୍ତୁତ ହେଉଛୁ। ଆମେ ମୋଦିଙ୍କ ନେତୃତ୍ୱ ନିଜ ହାତକୁ ନେବାକୁ ଏବଂ ତାଙ୍କୁ ହଟାଇବାକୁ ପ୍ରସ୍ତୁତ ହେଉଛୁ।ଆମେ ମୁମ୍ବାଇରେ ନରେନ୍ଦ୍ର ମୋଦିଙ୍କ ବେକ ଉପରେ ବସିବାକୁ ଯାଉଛୁ ବୋଲି ଲାଲୁ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଆମେ ତାଙ୍କ ବେକ ଧରିଛୁ, ତାଙ୍କୁ ହଟାଇବାକୁ ପଡିବ। ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଏଭଳି କରିବାକୁ ଆମେ ଏକଜୁଟ ହୋଇଛୁ।

#India
Comments (0)
Add Comment