ମୁଁ ସର୍ବଦା କହୁଛି ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି: ରାହୁଲ

ନୂଆଦିଲ୍ଲୀ : ଚାଇନା ସୋମବାର ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍‌’ ୨୦୨୩ ସଂସ୍କରଣ ଜାରି କରିଛି। ଏଥିରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇକୁ ନିଜ ଭୂଖଣ୍ଡର ଅଂଶ ବୋଲି ଦାବି କରିଛି। ଯାହାକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ବର୍ତ୍ତମାନ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମୁଁ ପୂର୍ବରୁ କହିସାରିଛି ଯେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ଯେ ଲଦାଖରେ ମଧ୍ୟ ଏକ ଇଞ୍ଚ ଜମି ନେଇପାରିବେ ନାହିଁ।

ରାହୁଲ ଗାନ୍ଧୀ ବୁଧବାର ବିମାନବନ୍ଦରରେ ପହଞ୍ଚି କର୍ନାଟକ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ବର୍ଷ ବର୍ଷ ଧରି କହୁଛି ଯେ ପ୍ରଧାନମନ୍ତ୍ରୀ ଯେଉଁ କହୁଛନ୍ତି ଯେ ଲଦାଖରେ ମଧ୍ୟ ଏକ ଇଞ୍ଚ ଜମି ନେଇନାହାନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ନିକଟରେ ଲଦାଖରୁ ଫେରିଛି। ସେଠାରେ ସମସ୍ତେ ଜାଣନ୍ତି ଯେ ଚାଇନା ଆମ ଜମି ଅକ୍ତିଆର କରିଛି। ରାହୁଲ ଆହୁରି କହିଛନ୍ତି ଯେ, ମାନଚିତ୍ରର ସମସ୍ୟା ଗମ୍ଭୀର। ସେମାନେ ପୂର୍ବରୁ ଜମି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଏହା ବିଷୟରେ କିଛି କହିବା ଉଚିତ୍‌।

#National#State
Comments (0)
Add Comment