ପିସିବିଠାରୁ ୩୬ଗୁଣା ଧନୀ ବିସିସିଆଇ

ନୂଆଦିଲ୍ଲୀ : କ୍ରିକେଟ ଏଭଳି ଏକ ଖେଳ ଯାହାର ଲୋକପ୍ରିୟତା କାହିଁରେ କେତେ। ଏଥିରେ ରୋଜଗାର ମଧ୍ୟ ବହୁତ ଅଧିକ। ବିଶ୍ବର ସମସ୍ତ କ୍ରିକେଟ ବୋର୍ଡ ମଧ୍ୟରୁ ଭାରତର ବିସିସିଆଇ ଶୀର୍ଷ ଧନୀ ବୋର୍ଡ ମାନ୍ୟତା ପାଇଛି। ସେହିଭଳି ଦୁନିଆର ଶ୍ରେଷ୍ଠ ୫ ଧନୀ ବୋର୍ଡ ମଧ୍ୟରେ ପାକିସ୍ତାନର ପିସିବି ରହିଛି। ବିସିସିଆଇର ମୋଟ ସମ୍ପତ୍ତି ୧୬୪୦୦ କୋଟି ଟଙ୍କା ହୋଇଥିବା ବେଳେ ପିସିବି ମୋଟ ସମ୍ପତ୍ତି ୪୫୧ କୋଟି। ଏହି ଆକଳନକୁ ଦେଖିଲେ ପିସିବି ବିସିସିଆଇଠାରୁ ୩୬ଗୁଣା ଗରିବ। ତେବେ ଆଇପିଏଲ୍‌ ଯୋଗୁ ବିସିସିଆଇର ସମ୍ପତ୍ତି ବୃଦ୍ଧି ହୋଇଥିବା କୁହାଯାଏ।

#India
Comments (0)
Add Comment