ଗୁରୁ ଦିବସ: ୭୫ ଶିକ୍ଷକଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସେପ୍ଟେମ୍ବର ୫ ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୭୫ ଜଣ ଶିକ୍ଷକଙ୍କୁ ମଙ୍ଗଳବାର ସମ୍ମାନୀତ କରିବେ। ଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ପ୍ରତି ଶିକ୍ଷକଙ୍କୁ ଏକ ମେରିଟ ସାର୍ଟିଫିକେଟ, ୫୦ ହଜାର ଟଙ୍କା ଓ ଏକ ସିଲଭର ମେଡାଲ ପ୍ରଦାନ କରାଯିବ। ଏହା ବ୍ୟତୀତ ପୁରସ୍କାର ପ୍ରାପ୍ତ ଶିକ୍ଷକମାନେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାର ସୁଯୋଗ ପାଇବେ। ଚଳିତ ବର୍ଷ ୫୦ ସ୍କୁଲ ଶିକ୍ଷକ, ଉଚ୍ଚଶିକ୍ଷା ବିଭାଗରୁ ୧୩ ଶିକ୍ଷକ ଓ ମିନିଷ୍ଟ୍ରି ଅଫ ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରିନ୍ବେରଶିପରୁ ୧୨ ଶିକ୍ଷକଙ୍କୁ ସମ୍ମାନୀତ କରାଯାଉଛି।ସୂଚନାଯୋଗ୍ୟ, ପ୍ରତି ବର୍ଷ ସାରାଦେଶ ସେପ୍ଟେମ୍ବର ୫, ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ନ୍ୟାଶନାଲ ଟିଚର୍ସ ଡେ ଭାବେ ପାଳନ କରି ଆସୁଛି।

#National#State
Comments (0)
Add Comment