ବଲିଉଡର ଆକ୍ସନ କିଙ୍ଗ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର ରିଲିଜ୍ ହୋଇଛି । ଏହା ସହ ଫିଲ୍ମର ପୋଷ୍ଟର ମଧ୍ୟ ଜାରି ହୋଇଛି । ହେଲେ ଏଥିରେ ଅକ୍ଷୟ କୁମାରଙ୍କ ଲୁକକୁ ଆଶାନୁସାରେ ପସନ୍ଦ କରିନାହାଁନ୍ତି ପ୍ରଶଂସକ । ପୃଥ୍ୱୀରାଜ ଚୌହାନଙ୍କ ଚିରିତ୍ରକୁ ଅକ୍ଷୟ କିପରି ପରଦାରେ ଉତାରିବେ ତାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ଥିବାବେଳେ ପ୍ରଥମ ଲୁକରେ ହିଁ ପ୍ରଶଂସକଙ୍କ ଏହି ଆଶା ମଳିନ ପଡିଯାଇଛି । ଟିଜରକୁ ଦେଖିବା ପରେ ପୃଥ୍ୱରାଜଙ୍କ ଚରିତ୍ରରେ ଅକ୍ଷୟ ଠିକ ଭାବେ ଅବତରଣ କରିପାରିନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି । ଟିଜରରେ ଅକ୍ଷୟଙ୍କ ନିଶ ନକଲି ଲାଗୁଥିବାବେଳେ ଏଥିରେ ତାଙ୍କର ଭଏସ୍ ମଡ୍ୟୁଲେସନ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।