ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ପର୍ବ। ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ଏହି ପର୍ବ। ରତ୍ନ ସିଂହାସନରେ ମଧ୍ୟାହ୍ନ ଧୂପ ଉଠିଲେ ଲକ୍ଷ୍ମୀଦେବୀଙ୍କୁ ସିଂହାସନରେ ବିଜେ କରାଯାଇଥାଏ। ମହାଜନ ସେବକମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ହସ୍ତରେ ନେଇ ଖଟରେ ବିଜେ କରାଇଥାନ୍ତି।ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନ ଦେବଙ୍କୁ ପ୍ରଦାନ କରିବାପରେ ଦଇତାପତି ସେବକମାନେ ହସ୍ତରେ ବିଜେ କରାଇ ଆଣି ଜଗମୋହନରେ ଥିବା ଚଉଦୋଳରେ ଅଧିଷ୍ଠିତ କରାଇଥାନ୍ତି। ଏହାପରେ ବିମାନ ବଡୁମାନେ ଶ୍ରୀସୁଦର୍ଶନ ଦେବଙ୍କୁ ବିଜେ କରାଇ ଝୁଲଣ ମଣ୍ଡପ ତଳେ ରଖିଥାନ୍ତି।

ସେଠାରେ ସୁନା ହରିଡ଼ାମାଳି, କମରପଟି ଓ ଦୟଣାମାଳି ଚୂଳଲାଗି ହୋଇ ବଡ଼ଦେଉଳକୁ ବେଢ଼ାଏ ବୁଲି ସିଂହଦ୍ୱାର ବାଟେ ଗୌଡ଼ବାଡ଼ ସାହିସ୍ଥିତ ଶ୍ରୀଯମେଶ୍ୱର ମନ୍ଦିରସ୍ଥ ଜହ୍ନିମୁଣ୍ଡିଆ ଉପରେ ଚଉଦୋଳକୁ ବିଜେ କରାଇଥାନ୍ତି। ସେଠାରେ ପ୍ରସାଦ ଲାଗି, ଶୀତଳ ଭୋଗ ଓ ବନ୍ଦାପନା ନୀତିହୋଇଥାଏ। ଏହିଦିନ ଯମେଶ୍ୱର ମହାଦେବଙ୍କ ମନ୍ଦିର ଗମ୍ଭୀରାଠାରେ ସ୍ୱତନ୍ତ୍ର ନୀତି ପାଳିତ ହୋଇଥାଏ।

#Odisha#State
Comments (0)
Add Comment