ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୧୦ରୁ ୮ ନମ୍ବର ଦେଲେ ନବୀନ

ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁରି ଭୁରି ପ୍ରଶଂସା କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୧୦ରୁ ୮ ନମ୍ବର ଦେଇଛନ୍ତି ନବୀନ। ବିଶେଷକରି ଦୁର୍ନୀତି ଦୂର ପାଇଁ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ମୁଁ ଦୁର୍ନୀତି ହଟାଇବାକୁ ପ୍ରାଥମିକତା ଦେଇଥିଲି। ଏବେବି ଦୁର୍ନୀତି ବିରୋଧରେ କାର୍ଯ୍ୟ କରୁଛି। କେବଳ ଏତିକି ନୁହେଁ, କେନ୍ଦ୍ର ସହ ଉତ୍ତମ ସଂପର୍କ ରହିଛି ବୋଲି କହିବା ସହିତ ୱାନ ନେସନ ୱାନ ଇଲେକ୍ସନକୁ ମଧ୍ୟ ସେ ସମର୍ଥନ ଜଣାଇଛନ୍ତି।

#Odisha#State
Comments (0)
Add Comment