ଦେଶ ବାହାରେ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମା !

ଓ୍ବାଶିଂଟନ : ଭାରତ ବାହାରେ ଭାରତୀୟ ସମ୍ବିଧାନର ସ୍ଥାପିତ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବାକୁ ପ୍ରସ୍ତୁତ। ଅକ୍ଟୋବର ୧୪ରେ ଆମେରିକାର ମେରିଲ୍ୟାଣ୍ଡରେ ଏହା ଉନ୍ମୋଚିତ ହେବ ବୋଲି ଆୟୋଜକମାନେ କହିଛନ୍ତି।

ଏହି ୧୯ଫୁଟ ପ୍ରତିମୂର୍ତ୍ତିକୁ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି ନାମରେ ନାମିତ କରାଯାଇଛି, ଯାହା ପ୍ରସିଦ୍ଧ କଳାକାର ତଥା ଶିଳ୍ପୀ ରାମ ସୂତାରଙ୍କ ଦ୍ୱାରା ନିର୍ମିତ ହୋଇଛି। ରାମ ସୂତାର ମଧ୍ୟ ଗୁଜୁରାଟର ଅହମ୍ମଦାବାଦରେ ସ୍ଥାପିତ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି।
ଭାରତୀୟ ସମ୍ବିଧାନର ମୂଖ୍ୟ ସ୍ଥପତି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ମେରିଲ୍ୟାଣ୍ଡର ଏକୋକିକ ସହରରେ ୧୩ଏକର ପରିମିତ ଜମିରେ ନିର୍ମିତ ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର (ଏଆଇସି) ର ଏକ ଅଂଶ। ଏଆଇସି କହିଛି-

ଏହା ଭାରତ ବାହାରେ ବାବାସାହେବଙ୍କର ସବୁଠାରୁ ବଡ ପ୍ରତିମୂର୍ତ୍ତି ଏବଂ ଏହି କେନ୍ଦ୍ରରେ ନିର୍ମିତ ଆମ୍ବେଦକର ସ୍ମାରକୀର ଏକ ଅଂଶ ଭାବରେ ଏହାକୁ ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଆମ୍ବେଦକର ଆନ୍ଦୋଳନର ପ୍ରତିନିଧୀ ଏବଂ ସେମାନଙ୍କ ଅନୁଗାମୀମାନେ ଯୋଗଦେବେ ବୋଲି ଆଶା କରାଯାଉଛି।

#India
Comments (0)
Add Comment