କମଳା ରଙ୍ଗର ‘ବନ୍ଦେ ଭାରତ ଟ୍ରେନ୍‌’ ପ୍ରସଙ୍ଗରେ କହିଲେ ରେଳମନ୍ତ୍ରୀ !

ନୂଆଦିଲ୍ଲୀ: ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଚଳରେ କୌଣସି ରାଜନୀତି ନାହିଁ ଏବଂ ଟ୍ରେନ୍‌ର ରଙ୍ଗ କମଳା କରାଯିବା ଘଟଣାରେ ବୈଜ୍ଞାନିକ ଭାବଧାରା ଉପରେ ନିହିତ ଥିବା କଥା ସମ୍ପ୍ରତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ କହିଛନ୍ତି।

ଏଥିରେ ରଜାନୀତି ରହିଛି କି ବୋଲି ପଚରା ଯିବାରୁ ବୈଷ୍ଣବ କହିଲେ, ଲୋକଙ୍କ ଦୃଷ୍ଟିକୁ ହଳଦିଆ ଓ କମଳା ରଙ୍ଗ ସବୁଠୁ ଅଧକ ଦିଶିଥାଏ। ୟୁରୋପରେ ପ୍ରାୟ ୮୦% ଟ୍ରେନ୍‌ର ରଙ୍ଗ ହୁଏତ କମଳା ଅଥବା ହଳଦିଆ-କମଳା ମିଶାମିଶି।

ସେ ଆହୁରି ମଧ୍ୟ କହିଛନ୍ତି, ଏମିତି ଅନେକ ପ୍ରକାରର ରଙ୍ଗ ରହିଛି ଯାହା କମଳା ଓ ହଳଦିଆ ପରି ଉଜ୍ଜ୍ବଳ। ସେଥିରୁ ଗୋଟାଏ ହେଲା ରୁପେଲୀ। କିନ୍ତୁ, ମଣିଷ ଆଖିରେ ସ୍ପଷ୍ଟ ଓ ସହଜରେ ଦେଖିହେଉଥିବା ରଙ୍ଗ ଦୁଇଟି ହେଉଛି ହଳଦିଆ ଓ କମଳା।

#India
Comments (0)
Add Comment