ରିଜର୍ଭ ବ୍ୟାଙ୍କ ଆଗରେ ଉଡ଼ିଲା ଟଙ୍କା, ପହଞ୍ଚିଲା ପୁଲିସ୍‌ !

ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଉଡ଼ିଲା ଟଙ୍କା। ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରେ ଆଜି ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଚିତ୍ର । ଭୁବନେଶ୍ୱର ରାଜରାସ୍ତାରେ ଉଡ଼ିଲା ଚିରାଫଟା ୫ ଶହ, ୨ ଶହ ଓ ଶହେ ଟଙ୍କିଆ ନୋଟ୍‌ ।ରିଜର୍ଭ ବ୍ୟାଙ୍କକୁ ଚିରାଫଟା ନୋଟ୍‌ ବଦଳ ପାଇଁ ଆସିଥିବା ସାଧାରଣ ଲୋକେ ନିରାଶ ହୋଇ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ନୋଟ୍‌ ଗ୍ରହଣ କରିବାକୁ ମନା କରିବାକୁ ଅସନ୍ତୁଷ୍ଟ ଲୋକେ ଏପରି କରିଥିବା ଜଣାଯାଇଛି।

ବ୍ୟାଙ୍କକୁ ନୋଟ ବଦଳାଇବାକୁ ଯାଇଥିବା ଦିନେଶ କୁମାର ସାହୁ ନାମକ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ଆଜି କିଛି ଗ୍ରାହକ ବ୍ୟାଙ୍କକୁ ନିଜ ପାଖରେ ଥିବା ଚିରାଫଟା ନୋଟ ବଦଳାଇବାକୁ ଯାଇ ଲାଇନ୍‌ରେ ଛିଡ଼ା ହୋଇଥିଲେ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ନୋଟ୍‌କୁ ଗ୍ରହଣ ନ କରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

#Odisha#State
Comments (0)
Add Comment