ଇସ୍ରାଏଲକୁ ସ୍ପାଏ ପ୍ଲେନ, ଜାହାଜ ଯୋଗାଇଲା ବ୍ରିଟେନ

ଇଂଲଣ୍ଡ : ଗାଜାରେ ସପ୍ତମ ଦିନ ପାଇଁ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆମେରିକା ଇସ୍ରାଏଲକୁ ସମର୍ଥନ କରି ଭୂମଧ୍ୟସାଗରରେ ଅସ୍ତ୍ରଶସ୍ତ୍ର ଏବଂ ଫାଇଟର ଜେଟ ସମେତ ଯୁଦ୍ଧ ଜାହାଜ ପଠାଇବା ପରେ ବର୍ତ୍ତମାନ ବ୍ରିଟେନ ମଧ୍ୟ ବନ୍ଧୁ ରାଷ୍ଟ୍ର ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇଛି। ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ ସ୍ପାଏ ପ୍ଲେନ, ଦୁଇଟି ଯୁଦ୍ଧ ଜାହାଜ, ତିନୋଟି ମର୍ଲିନ ହେଲିକପ୍ଟର ଏବଂ ୧୦୦ଟି ରୟାଲ ମେରାଇନ କମାଣ୍ଡୋଙ୍କ ଏକ କମ୍ପାନୀ ପଠାଇଛନ୍ତି।

ତେବେ ଅନୁମାନ କରାଯାଉଛି କି ଆଗାମୀ ଦିନରେ ଯୁଦ୍ଧ ଆହୁରି ଭୟଙ୍କର ରୂପ ନେବାକୁ ଯାଉଛି। ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଏକ ରୟାଲ ନୌସେନା ଟାସ୍କ ଗ୍ରୁପ ମଧ୍ୟ ପଠାଯାଇଛି। ଏନେଇ ବ୍ରିଟେନ କହିଛି ଯେ ଏହାର ଉଦ୍ଦେଶ୍ୟ ସୀମା ନିୟନ୍ତ୍ରଣରେ ରହିବ। ଏବଂ ବିରୋଧ ଓ ଆକ୍ରମଣକୁ ଏହା ରୋକିବାରେ ସାହାଯ୍ୟ କରିବ।

#internantional#war
Comments (0)
Add Comment