ଇସ୍ରାଏଲ-ହମାସ ଯୁଦ୍ଧରେ ଝାସ ଦେବ ଇରାନ

ଜେରୁଜେଲମ : ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ବିଶ୍ୱର ବିନାଶକାରୀ ଦିଗକୁ ଗତି କରୁଛି। ତେବେ ଇରାନ ମଧ୍ୟ ଏହି ଯୁଦ୍ଧର ନିଆଁରେ ଝାସ ଦେଇପାରେ ବୋଲି ଅନୁମାନ କରାଯାଉଛି। ଶନିବାର ରାତିରେ କତାରରେ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମିରଅବଦୁଲ୍ଲାଇଆନ ହମାସର ନେତା ଇସମାଇଲ ହନିୟେଙ୍କୁ ଭେଟିଛନ୍ତି।

ଜେରୁଜେଲମ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ହମାସ ଓ ପାଲେଷ୍ଟାଇନୀୟଙ୍କ ଲକ୍ଷ୍ୟ ହାସଲ କରିବାରେ ସହଯୋଗ କରିବାକୁ ସମର୍ଥନ ଜଣାଇଛନ୍ତି। ଦକ୍ଷିଣ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରଠାରୁ ଇରାନର ଅଧିକାରୀଙ୍କ ସହ ହନିୟେଙ୍କର ଏହା ପ୍ରଥମ ସରକାରୀ ବୈଠକ ଥିଲା। ବୈଠକରେ ହନିୟେ କହିଛନ୍ତି, ଯୁଦ୍ଧ ପରେ ଏକ ନୂତନ ଇତିହାସ ସୃଷ୍ଟି ହେବ, ଯାହା ପୂର୍ବ ପରି ଆଦୌ ହେବ ନାହିଁ। ଦକ୍ଷିଣ ଇସ୍ରାଏଲରେ ସାଧାରଣ ନାଗରିକଙ୍କୁ ଅପହରଣ କରିବା ସହ ସୈନିକଙ୍କୁ ହତ୍ୟା କରିବା ନେଇ ହମାସକୁ ପ୍ରଶଂସା କରିଛନ୍ତି। ତେବେ ଏନେଇ ହମାସ ଆକ୍ରମଣ ପଛରେ ଇରାନର ହାତ ଥିବା ନେଇ ଇସ୍ରାଏଲ ଅଭିଯୋଗ କରିଆସୁଛି। ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ କହିଛନ୍ତି, ଏହି ବର୍ବର ଆକ୍ରମଣରେ ଇରାନ ସମ୍ପୃକ୍ତ ରହିବା ସହ ହମାସକୁ ଅସ୍ତ୍ରଶସ୍ତ୍ରରେ ତାଲିମ ଦେଉଛି।

#war
Comments (0)
Add Comment