ନକଲି ED ସାଜି ଘରେ ପଶି ନେଇଗଲେ ୩ କୋଟି !

ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌। ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସ୍ପେଶାଲ-୨୬’ ଷ୍ଟାଇଲ୍‌ରେ ନକଲି ଇଡି ସାଜି ବୁଲାଇଲେ କଳା କନା। ଘରେ ପଶି ଲୁଟି ନେଲେ ୩ କୋଟି। ଏଭଳି କିଛି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ହରିଦାସ ନଗରରେ।

ଆଜି ସକାଳୁ କିଛି ଲୋକ ଦ୍ୱାରକାର ବାବା ହରିଦାସ ନାଗରରେ ଥିବା ଏକ ଘରର କବାଟ ବାଡେଇଥିଲେ। କବାଟ ଖୋଲିବା ପରେ ଅଭିଯୁକ୍ତମାନେ ଇଡି ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କ ଘରେ ପଶିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପ୍ରକୃତ ଖେଳ।ଉକ୍ତ ଘରେ ବେଆଇନ୍‌ ଟଙ୍କା ରଖା ଯାଇଥିବା କହି ଅଭିଯୁକ୍ତମାନେ ଆରମ୍ଭ କରିଦେଇଥିଲେ ଯାଞ୍ଚ। ଘରୁ ଯାଞ୍ଚ କରିବା ବାହାନାରେ ସେମାନେ ନଗଦ ୩ କୋଟି ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। କେବଳ ସେତିକି ନୁହେଁ ପରିବାର ଲୋକଙ୍କୁ ଏ ବାବଦରେ ପଚରାଉଚରା କରିବାକୁ ଅଫିସକୁ ଡକାଯିବ ବୋଲି ମଧ୍ୟ କହିଥିଲେ। ତେବେ ଏମାନେ ନକଲି ଇଡି ଅଧିକାରୀ ଜଣାପଡିବା ପରେ ଘର ଲୋକେ ପୁଲିସକୁ ସୂଚନା ଦେଇଛନ୍ତି।

#crime
Comments (0)
Add Comment