ୟୁଟ୍ୟୁବର୍‌ଙ୍କୁ ଲିଗାଲ ନୋଟିସ ପଠାଇଲେ ସୋନମ

ନୂଆଦିଲ୍ଲୀ: ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ। ସୋନମ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। କଣ୍ଟେଣ୍ଟ କ୍ରିଏଟର ରାଗିନୀ ଦ୍ୱାରା ପୋଷ୍ଟ ହୋଇଥିବା ଭିଡିଓ ଅଭିନେତ୍ରୀଙ୍କ ସମେତ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ଓ ସେମାନଙ୍କ ଫେଶନ ବ୍ରାଣ୍ଡ୍‌ର ଖ୍ୟାତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ଉକ୍ତ ପୋଷ୍ଟକୁ ଡିଲିଟ୍‌ କରିବା ସହ ୟୁଟ୍ୟୁବର ତାଙ୍କ ପ୍ଲାଟଫର୍ମକୁ ଏଭଳି କାର୍ଯ୍ୟରେ ବ୍ୟବହାର ନ କରିବାକୁ ନୋଟିସରେ ସତର୍କ କରିଦିଆଯାଇଛି।

#SONAM
Comments (0)
Add Comment