ଜିଓ ଓ ଏୟାର୍‌ଟେଲ୍‌ର ମୁଣ୍ଡବିନ୍ଧାର କାରଣ ପାଲଟିବ କି ଏଲନ ମସ୍କଙ୍କ ‘ଷ୍ଟାର୍‌ଲିଙ୍କ୍‌’?

ନୂଆଦିଲ୍ଳୀ: ଲୋକଙ୍କୁ ସବୁଠାରୁ ଶସ୍ତ‌ାରେ ଡାଟା ଯୋଗାଉଥିବା ଜିଓ ଓ ଏୟାର୍‌ଟେଲ୍ ପାଇଁ ସମସ୍ୟା ବଢ଼ିବାକୁ ଯାଉଛି। କାରଣ ‘ଏକ୍ସ’ର ନୂଆ ମାଲିକ ଏଲନ ମସ୍କ ଖୁବ୍ ଶୀଘ୍ର ଭାରତରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି। ଏହି କାରଣରୁ ଜିଓ ଏବଂ ଏୟାରଟେଲର ମୁଣ୍ଡ ବିନ୍ଧା ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।ମସ୍କଙ୍କ ଇଣ୍ଟର୍‌ନେଟ୍‌ ସେବା ‘ଷ୍ଟାର୍‌ଲିଙ୍କ୍‌’ ଯଦିଓ ମହଙ୍ଗା, ମାତ୍ର ଭାରତ‌ରେ ଏହାକୁ ଶସ୍ତାରେ ସେବା ପ୍ରଦାନ କରିବାକୁ ଯାଉଛନ୍ତି ମସ୍କ। ତେବେ ଏଥିରୁ ସ୍ପଷ୍ଟ ଯେ ଜିଓ ଓ ଏୟାର୍‌ଟେଲ୍‌କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଉ ଜଣେ ପ୍ରସ୍ତୁତ।

ହା ଏକ ସାଟେଲାଇଟ୍‌ ଆଧାରିତ ଇଣ୍ଟରନେଟ୍ ସଂଯୋଗ, ଯାହା ଟାୱାର ଏବଂ ଅପ୍ଟିକାଲ୍ ଫାଇବର ଆବଶ୍ୟକତା କରେ ନାହିଁ। ଏଥି ଲାଗି ପୃଥିବୀର ନିମ୍ନ କକ୍ଷପଥରେ ଏକ ସାଟେଲାଇଟ୍‌ ଉତକ୍ଷେପଣ କରାଯାଇଥାଏ। ଯାହାଦ୍ବାରା ପୃଥିବୀକୁ ସିଧାସଳଖ ଓୟାରଲେସ୍ ଇଣ୍ଟରନେଟ୍ ମିଳିଥାଏ।ସାଧାରଣତଃ ସାଟେଲାଇଟ୍ ସଂଯୋଗୀକରଣ ସାମରିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା। କିନ୍ତୁ ଏହି ସଂଯୋଗୀକରଣର ସମସ୍ୟା ଥିଲା ଯେ ଏହା ପୃଥିବୀକୁ ପହଞ୍ଚିବା ପାଇଁ ଖୁବ୍‌ ଅଧିକ ସମୟ ନେଉଥିଲା। ହେଲେ ଆଜିର ସମୟରେ ଆଉ ସେ ଅସୁବିଧା ନାହିଁ। ସାଟେଲାଇଟ୍‌ରୁ ସହଜରେ ପୃଥିବୀକୁ ଇଣ୍ଟରନେଟ୍ ସଂଯୋଗ ମିଳିପାରୁଛି।

ଜିଓ ଏବଂ ଏୟାର୍‌ଟେଲ୍‌ ପକ୍ଷରୁ ସାଟେଲାଇଟ୍‌ ଇଣ୍ଟର୍‌ନେଟ୍‌ ଲଞ୍ଚ୍‌ର ପ୍ରସ୍ତୁତି କରାଯାଉଛି। ତାହା ପୂର୍ବରୁ ଯଦି ଏଲନ ମସ୍କଙ୍କ ‘ଷ୍ଟାର୍‌ଲିଙ୍କ୍‌’ ଭାରତକୁ ଆସିଯାଏ ତ ଏହା ସେ ଦୁଇ ପ୍ରତିଦ୍ବନ୍ଦୀଙ୍କ ଉପରେ ଭାରୀ ପଡ଼ିବ ବୋଲି ଅନୁମାନ କରାଯାଉଛି।

#starlinks
Comments (0)
Add Comment