ପାକିସ୍ତାନ ଜେଲରୁ ମୁକ୍ତ ହେଲେ ୧୯୮ ଭାରତୀୟ ମତ୍ସ୍ୟଜୀବୀ

ପାକିସ୍ତାନ ଜେଲରୁ ୧୯୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଛି। ସେମାନେ ନିଜ ନିଜ ଦଣ୍ଡ ସମାପ୍ତ କରିନେଇଥିଲେ। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୮୩ ହେଉଛନ୍ତି ଗୁଜରାଟର। ଏମାନେ ସମସ୍ତେ କରାଚୀ ଜେଲରେ ବନ୍ଦୀ ଥିଲେ ଏବଂ ଗୁରୁବାର ବିଳମ୍ବିତ ରାତିରେ ସେମାନଙ୍କୁ ମୁକ୍ତ କରାଯାଇଛି।ପାକିସ୍ତାନ ଜେଲରୁ ଆହୁରି ଶତାଧିକ କଏଦୀଙ୍କୁ ମୁକ୍ତ କରାଯିବ।

ଏଥିରେ ମତ୍ସ୍ୟଜୀବୀଙ୍କ ସଂଖ୍ୟା ଅଧିକ ରହିଛି। ଉଭୟ ଦେଶରେ କଏଦୀମାନଙ୍କୁ ନେଇ ନିୟମ ରହିଥିବା ବେଳେ ପ୍ରତିବର୍ଷ ସରକାରୀ ସ୍ତରରେ ଏହାକୁ ନେଇ ବୈଠକ ମଧ୍ୟ ହୋଇଥାଏ। ପାକିସ୍ତାନ ଜେଲରୁ ୫୦୦ କଏଦୀଙ୍କୁ ମୁକ୍ତ କରାଯିବ। ସେମାନଙ୍କ ମଧ୍ୟରେ ୪୯୯ ଜଣ ମତ୍ସ୍ୟଜୀବୀ ଥିବାବେଳେ ଜଣେ ସାଧାରଣ ନାଗରିକ ଅଛନ୍ତି। ଅବଶିଷ୍ଟ କଏଦୀମାନଙ୍କୁ ଚଳିତ ବର୍ଷ ଜୁଲାଇ ୩ ସୁଦ୍ଧା ମୁକ୍ତ କରାଯିବ।

Comments (0)
Add Comment