ଭୁବନେଶ୍ୱର: ଶନିବାରଠାରୁ ରାଜ୍ୟରେ ଆରମ୍ଭ ହେବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ତିନି ଦିନ ଅର୍ଥାତ ୫ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ ହେବାକୁ ଥିବାବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏହି ସମ୍ମିଳନୀ ଦ୍ୱାରା ଓଡ଼ିଶାର ଗୌରବମୟ ଅତୀତ, ପରିବର୍ତ୍ତନଶୀଳ ବର୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତକୁ ପ୍ରଦର୍ଶିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରଦର୍ଶନୀ ‘ପ୍ରାଚୀନ, ମଧ୍ୟ ଓ ଆଧୁନିକ’ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତି ଓ ବିବର୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର, ପୋଥି, କଳିଙ୍ଗଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡିକ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ।

Comments (0)
Add Comment