ବିରୋଧୀ କହୁଛନ୍ତି ମୋର ପରିବାର ନାହିଁ, ମୋ ଦେଶ ମୋର ପରିବାର: ମୋଦୀ

ସଙ୍ଗାରେଡ୍ଡୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତେଲେଙ୍ଗାନା ଗସ୍ତର ଦ୍ବିତୀୟ ଦିନରେ ହାଇଦ୍ରବାଦ ଏବଂ ସଙ୍ଗାରେଡ୍ଡୀରେ ପହଞ୍ଚିଛନ୍ତି। ସେ ୭,୨୦୦ କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶ ମୂଳକ ପରିଯୋଜନାର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏସବୁ ପରିଯୋଜନା ମଧ୍ୟରେ ସଡ଼କ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଆଦି ପ୍ରମୁଖ ସେକ୍ଟର ରହିଛି।ଏହି ଅବସରରେ ସେ କହିଛନ୍ତି ମୋଦୀ ଯାହା କୁହେ ତାହା କରିଥାଏ। ମୋର ଏଭଳି କାର୍ଯ୍ୟକୁ ବିରୋଧୀ ପସନ୍ଦ କରୁ ନାହାନ୍ତି। ମୁଁ ସେମାନଙ୍କର ବଂଶବାଦ ରାଜନୀତିକୁ ପସନ୍ଦ କରେ ନାହିଁ। ତେଣୁ ସେମାନେ କହୁଛନ୍ତି ମୋର ପରିବାର ନାହିଁ। କିନ୍ତୁ ମୋ ଦେଶ ହିଁ ମୋ ପରିବାର।ତେଲେଙ୍ଗାନାର ଜନସାଧାରଣ ମୋତେ ଯେଉଁ ସ୍ନେହ ଦେବେ ତାହାର ଦୁଇଗୁଣା ମୁଁ ଫେରାଇବି। ବିଜେପିର ଡବଲ ଇଞ୍ଜିନ ସରକାର ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିବାକୁ ସେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ଆପଣଙ୍କ ସ୍ନେହ,ପ୍ରେମ ଏବଂ ବିଶ୍ବାସର ମୁଁ ଉପଯୁକ୍ତ ମୂଲ୍ୟ ରଖିବି। ବିରୋଧୀ କେବଳ ବଡ଼ ବଡ଼ କଥା କୁହନ୍ତି। କିନ୍ତୁ ମୋଦୀ କହିଥିବା କଥାକୁ ପୂରଣ କରିଥାଏ।ବିଜେପି ୩୭୦ ଧାରା ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା। ତାହା ବିଜେପି ପୂରଣ କରିଛି। ସେହିପରି ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ କରାଯାଇଛି। ମୋଦୀର ଗ୍ୟାରେଣ୍ଟି ପୂରଣ ହୋଇଛି କି ନାହିଁ ତାହା ଏବେ ଆପଣମାନେ ଚିନ୍ତା କରନ୍ତୁ। ତେଲେଙ୍ଗାନାରେ ବିଜେପି ପ୍ରତି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଏହାର ଫଳାଫଳ ନିଶ୍ଚିତ ଭଲ ହେବାର ଆଶା ରହିଛି।

#mODI#politics
Comments (0)
Add Comment