କେଜରିଓ୍ବାଲ କୋଟି କୋଟି ଜନତାଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଛନ୍ତି: ଆନ୍ନା 

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ଆନ୍ନା ହଜାରେ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ମଦ ନୀତି ଏବଂ ଏହା ମାଧ୍ୟମରେ ହୋଇଥିବା ଦୁର୍ନୀତି ସଂପର୍କରେ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ନେଇ ମୁଁ ଗଭୀର ଦୁଃଖିତ। ସବୁଠାରୁ ବଡ ବିଡମ୍ବନାର ବିଷୟ ହେଉଛି, ଦୁର୍ନୀତି ବିରୋଧରେ ଲଢୁଥିବା ଦେଶର ସର୍ବ ବୃହତ ଜନ ଲୋକପାଲ ଆନ୍ଦୋଳନରେ ମୋର ସହଯୋଗୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯାଇଛି।
ଆନ୍ନା ହାଜାରେ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି, ଯାହା ବିରୁଦ୍ଧରେ ମୁଁ ମୋର ସମସ୍ତ ଜୀବନ ବିତାଇଛି, କେଜରିୱାଲ କୋଟି କୋଟି ଭାରତୀୟଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଛନ୍ତି। ଏହି ପ୍ରକାର ଆଚରଣ ଦ୍ୱାରା ସାମାଜିକ ଗତିବିଧିରେ କାର୍ଯ୍ୟ କରୁଥିବା ଲୋକମାନେ ସେମାନଙ୍କର ବିଶ୍ୱାସ ହରାଇଛନ୍ତି। ଲୋକଙ୍କ ବିଶ୍ୱାସ ହଜିଯିବ। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଏକ ପବିତ୍ର ଆନ୍ଦୋଳନ ରାଜନୈତିକ ଲାଭ ପାଇଁ ବ୍ୟବହୃତ ହୋଇଥିଲା।

#India#National
Comments (0)
Add Comment