୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୬ ଦିନ ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଜାପାନ, ପପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏବଂ ତାଙ୍କର ଜାପାନ ଗସ୍ତ ୧୯ରୁ ୨୧ ମେ’ ପର୍ଯ୍ୟନ୍ତ ହେବ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଫୁମିଓଙ୍କୁ ଭେଟିବେ। ଜାପାନର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀ ଦେଶମାନଙ୍କ ସହିତ ଜି -୭ ଅଧିବେଶନରେ ଭାଷଣ ଦେବେ। ସୂଚନା ଅନୁଯାୟୀ, ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା, ସ୍ବାସ୍ଥ୍ୟ, ଲିଙ୍ଗଗତ ସମାନତା, ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ।

Comments (0)
Add Comment