ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସସପେଣ୍ଡ

ବୌଦ୍ଧ: ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଲମ୍ବସରୀର ରାଧାମାଧବ ହାଇସ୍କୁଲର ସତ୍ୟନାରାୟଣଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ତଦନ୍ତ ପରେ ସମୃକ୍ତ କିରାଣୀ ସତ୍ୟନାରାୟଣଙ୍କୁ ନିଲମ୍ବନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ.ସୋନାଲ। ବାରମ୍ବାର ତାଗିଦ ସତ୍ତ୍ୱେ ବୌଦ୍ଧ ଜିଲ୍ଲାରେ ଜଣଙ୍କ ପରେ ଜଣେ ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଜିଲ୍ଲାରୁ ଜଣେ ଶିକ୍ଷକ ଏବଂ ଜଣେ ଶିକ୍ଷୟତ୍ରୀ ନିଲମ୍ବିତ ହୋଇଥିବା ବେଳେ ଜଣେ ଶିକ୍ଷକଙ୍କର ବଦଳି ହୋଇଛି।

Comments (0)
Add Comment