ପ୍ରଥମ ବିମୁଦ୍ରୀକରଣ ଭୁଲକୁ ଲୁଚାଇବା ପାଇଁ କରାଯାଇଛି ଦ୍ୱିତୀୟ ବିମୁଦ୍ରୀକରଣ, ଯାଞ୍ଚ୍‌ ଜରୁରୀ: ଖାର୍ଗେ…

ପ୍ରଥମ ବିମୁଦ୍ରୀକରଣ ଏକ ଭୁଲ ନିଷ୍ପତ୍ତି ଥିଲା। ଏହି ଭୁଲକୁ ଲୁଚାଇବା ପାଇ ଏବେ କେନ୍ଦ୍ର ସରକାର ’ଦ୍ୱିତୀୟ ବିମୁଦ୍ରୀକରଣ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଟୁଇଟ କରି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାର ସେ ନିରପେକ୍ଷ ଯାଞ୍ଚ ଜରୁରୀ ବୋଲି ସେ ଦାବି କରିଛନ୍ତି।

କେନ୍ଦ୍ର ସରକାର ପ୍ରଥମ ବିମୁଦ୍ରୀକରଣ ସହିତ ଅର୍ଥନୀତିରେ ଏକ ଗଭୀର କ୍ଷତ ସୃଷ୍ଟି କରିଥିଲେ। ଯାହା ସମଗ୍ର ଅସଂଗଠିତ କ୍ଷେତ୍ରକୁ ଧ୍ୱଂସ କରିଦେଇଛି, ଏମଏସଏମଇ (ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) କୁ ବନ୍ଦ କରିଦେଇଛି ଏବଂ କୋଟି କୋଟି ଲୋକ ଚାକିରୀ ହରାଇଛନ୍ତି। ବର୍ତ୍ତମାନ ୨ ହଜାର ଟଙ୍କିଆ ନୋଟ ସହିତ ’ଦ୍ୱିତୀୟ ବିମୁଦ୍ରୀକରଣ’ ଆଣିଛନ୍ତି। ଏହା ଏକ ଭୁଲ ନିଷ୍ପତ୍ତିକୁ ଆଚ୍ଛାଦନ କରୁନାହିଁ କି? କେବଳ ଏକ ନିରପେକ୍ଷ ଅନୁସନ୍ଧାନ ଶୋଷଣର ସତ୍ୟତା ପ୍ରକାଶ କରିବ ।

Comments (0)
Add Comment