ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ପଇଁତରାବାଜି, ଗୁଜବ ଓ ମିଛ ସୁଆଙ୍ଗକୁ ବିଜେଡି ନିର୍ବାଚନ ପ୍ରସଙ୍ଗ କରିଛି – ଧର୍ମେନ୍ଦ୍ର ପ୍ରଧାନ

• ରାଜ୍ୟ ସରକାରଙ୍କ ସମ୍ବେଦନହୀନତା ଲୋକଙ୍କର ସବୁଠୁ ବଡ ଦୁଃଖ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
• ୬ ବର୍ଷ ହେବ କ୍ୟାବିନେଟ୍ ବୈଠକରେ ମହାନଦୀ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଛି କି? ହୋଇଥିଲେ ଏହାର ମିନିଟ୍ସ ରେକର୍ଡ ଦେଖାନ୍ତୁ
• ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ସମ୍ପନ୍ନତା ଓ ସ୍ୱାଭିମାନ ପାଇଁ ଲଢେଇ ହେଉଛି, କିଛି ଲୋକ ଟଙ୍କା ମାଧ୍ୟମରେ ରାଜନୀତି ସହ ସବୁ କିଛି ହାସଲ କରିବା ପାଇଁ ଚାହୁଛନ୍ତି
• ଓଡ଼ିଶା ବାହାରର କିଛି ଗ୍ୟାଙ୍ଗ୍ ଓଡ଼ିଶାର ଶାସନକୁ ସମ୍ଭାଳିବାର ଅପଚେଷ୍ଟା କରୁଛନ୍ତି
• ଓଡ଼ିଆ ଭାଷା, ଅସ୍ମିତା, ସଂସ୍କୃତି ପ୍ରତି କ’ଣ ଆଘାତ ହୋଇଯାଇପାରେ, ସେଥିପାଇଁ ସେମାନେ ନୂଆ ଯୋଜନା କରୁଛନ୍ତି
• ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ରାଜନୈତିକ ସମର୍ଥକମାନେ ଭେଟିବା ଅବସ୍ଥାରେ ନାହାନ୍ତି
• ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜି, ସଚିବମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉନାହାନ୍ତି
• ଢେଙ୍କାନାଳ ଓ ଅନୁଗୋଳ ମାଟି ବିପ୍ଳବୀ ସାରଙ୍ଗଧର ଦାସ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ପବିତ୍ର ମୋହନ ପ୍ରଧାନ, ଶହୀଦ ବିକା ନାଏକଙ୍କ ଭୂମି
• ରାଜା ସୋମନାଥ ସିଂହ ଜଗଦ୍ଦେବ, ମହେଶ ଚନ୍ଦ୍ର ସୁବାହୁ ସିଂହ, ଶହୀଦ ବାଜି ରାଉତ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଣୁଧର ପଣ୍ଡା, ହରମୋହନ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ, ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ବୀର ଭୂମି
• ପ୍ରଧାନମନ୍ତ୍ରୀଙ୍କ ଆଗମନ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ରର କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଛି

ଅନୁଗୋଳ, ମଇ ୨୦ – ପଇଁତରାବାଜି, ଗୁଜବ ଓ ମିଛ ସୁଆଙ୍ଗ ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିବା ବିଜେଡିର ନିର୍ବାଚନୀ ପ୍ରସଙ୍ଗ ହୋଇଛି । ଓଡ଼ିଶା ବାହାରର କିଛି ଗ୍ୟାଙ୍ଗ୍ ଓଡ଼ିଶାର ଶାସନକୁ ସମ୍ଭାଳିବାର ଅପଚେଷ୍ଟା କରୁଛନ୍ତି ବୋଲି ସୋମବାର ଅନୁଗୋଳରେ ବିଜେପି ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ ସମାବେଶ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏଠାକାର ସରକାରର ସମ୍ବେଦନହୀନତା ଲୋକଙ୍କର ସବୁଠୁ ବଡ ଦୁଃଖ ବୋଲି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶାର ଲୋକମାନେ ବାହାରିଆ ଶାସନର ଷଡଯନ୍ତ୍ର ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ରାଜନୈତିକ ସମର୍ଥକମାନେ ଭେଟିବା ଅବସ୍ଥାରେ ନାହାନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜି, ସଚିବମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉନାହାନ୍ତି । ବିଜେଡିର ଗୁମାସ୍ତା ମହାନଦୀ ସମ୍ପର୍କରେ ଭିଡିଓ ଜରିଆରେ ଏକ ମନ୍ତବ୍ୟ ଦେଇଛନ୍ତି । ତେବେ ବିଗତ ୫ ରୁ ୬ ବର୍ଷ ହେବ ଓଡ଼ିଶାରେ ଗୋଟିଏ ବି କ୍ୟାବିନେଟ୍ ବୈଠକରେ ମହାନଦୀ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଛି କି? ଯଦି ଆଲୋଚନା ହୋଇଛି ତେବେ ତାହାର ମିନିଟ୍ସ ରେକର୍ଡ ଦେଖାଇବା ପାଇଁ ସେ ଦାବି କରିଛନ୍ତି । ସେ କହିଛନ୍ତି କେବଳ ପଇଁତରା ବାଜି କରିବା, ଲୋକଙ୍କ ମିଛ କଥା କହିବା, ଗୁଜବରେ ପ୍ରଭାବିତ କରିବା ତାଙ୍କର ଲକ୍ଷ୍ୟ ହୋଇଛି । ଓଡ଼ିଆ ଭାଷା, ଅସ୍ମିତା, ସଂସ୍କୃତି ପ୍ରତି କ’ଣ ଆଘାତ ହୋଇଯାଇପାରେ, ସେଥିପାଇଁ ସେମାନେ ନୂଆ ଯୋଜନା କରୁଛନ୍ତି । ଏହା ବିରୋଧରେ ଜନବିରୋଧ ଆରମ୍ଭ ହୋଇଗଲାଣି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ମା’ ହିଙ୍ଗୁଳା, ମା’ ବୁଢୀ ଠାକୁରାଣୀଙ୍କ ପବିତ୍ର ଭୂମି ତଥା ବୀର ମାଟି ଖଣିଜ ସମୃଦ୍ଧ ଅଞ୍ଚଳ ଅନୁଗୋଳକୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ । ଏହି ମାଟି ବିପ୍ଳବୀ ସାରଙ୍ଗଧର ଦାସ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ପବିତ୍ର ମୋହନ ପ୍ରଧାନ, ଶହୀଦ ବିକା ନାଏକ, ରାଜା ସୋମନାଥ ସିଂହ ଜଗଦ୍ଦେବ, ମହେଶ ଚନ୍ଦ୍ର ସୁବାହୁ ସିଂହ, ଶହୀଦ ବାଜି ରାଉତ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଣୁଧର ପଣ୍ଡା, ହରମୋହନ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ, ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ବୀର ଭୂମି । ଅନୁଗୋଳ ଜିଲ୍ଲାକୁ ଦେଶର ଯଶସ୍ୱୀ ନେତା ପ୍ରଧାନମନ୍ତ୍ରୀଙ୍କ ଆଗମନ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ରର କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଛି । ବିକାଶର ଗ୍ୟାରେଣ୍ଟି ଉପରେ ସମସ୍ତଙ୍କ ବିଶ୍ୱାସ ବଢିଛି । ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ସମ୍ପନ୍ନତା ଓ ସ୍ୱାଭିମାନ ପାଇଁ ଲଢେଇ ହେଉଛି । କିଛି ଲୋକ ଟଙ୍କା ମାଧ୍ୟମରେ ରାଜନୀତି ସହ ସବୁ କିଛି ହାସଲ କରିବା ପାଇଁ ଚାହୁଛନ୍ତି । ଏଥିର ନିର୍ବାଚନରେ ଲୋକମାନେ ଏହାର ଜବାବ୍ ଦେବେ । ଯିଏ ଆମ ପାଇଁ ବିକାଶ ଆଣିବ, ଯିଏ ଭାରତକୁ ସୁରକ୍ଷିତ ରଖିବ, ସିଏ ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବା ପାଇଁ ମୋଦୀ ପଣ କରିଛନ୍ତି ବୋଲି ସେ କହିଛନ୍ତି ।

Comments (0)
Add Comment