ସମ୍ବଲପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରର ରେମେଡ ପଡିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିଛନ୍ତି । ଓଡ଼ିଶାରେ ସବୁ ଅଛି, କିନ୍ତୁ କେବଳ ଗୋଟିଏ ଜିନିଷର ହିଁ ଅଭାବ ଅଛି । ତାହା ହେଉଛି ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନାହାନ୍ତି । କିଛି ଏମିତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ସମ୍ବଲପୁର ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜର ଅଭିଭାଷଣ ଦେଇ କହିଥିଲେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମା ଶାନ୍ତି ମିଳୁଥିବ ।
କାରଣ ୨୫ ବର୍ଷ ପରେ ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି ଆଧାରରେ ଓଡ଼ିଶାରେ ଏକ ସରକାର ଗଠନ ହେବାକୁ ଯାଉଛି । ଏଥର ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ହେବାକୁ ଯାଉଛି ବୋଲି କହିଛନ୍ତି ଶାହ । ଏପର୍ଯ୍ୟନ୍ତ ଦେଶରେ ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ସରିଗଲାଣି। ପାଞ୍ଚ ପର୍ଯ୍ୟାୟ ପରେ ମୋଦି ୩ ଶହ ପାର୍ କରିଗଲେଣି । ସାତ ପର୍ଯ୍ୟାୟ ନିର୍ବାଚନ ପରେ ୪ ଶହ ପାର୍ ହୋଇଯାଇଥିବ କହିଲେ ଅମିତ ଶାହା । ପ୍ରଧାନମନ୍ତ୍ରୀ ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି ,ପରମ୍ପରାକୁ ସମ୍ନାନ ଦିଅନ୍ତି । ପ୍ରଧାନମନ୍ତ୍ରୀ ଆମ ଓଡିଶାର ଗରୀବ ଆଦିବାସୀ ଘରର ଝିଅ ଦ୍ରୋପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରି ସାରା ଓଡିଶାର ସମ୍ନାନ କରିଛନ୍ତି । ଓଡ଼ିଶା ସରକାର ପାଇକ ବିଦ୍ରୋହକୁ ଭୁଲିବାକୁ ବ୍ୟବସ୍ଥା କରୁଛି । ନବୀନ ବାବୁ ଓଡ଼ିଆ ଅସ୍ମିତା,ସ୍ବାଭିମାନର ତଣ୍ଟିଚିପିବା କାମ କରୁଛନ୍ତି ।ଓଡିଶାବାସୀଙ୍କ ଅପମାନ କରିଛନ୍ତି ବୋଲି କହିଲେ ଶାହା ।
ଓଡ଼ିଶାରେ ସବୁ ଅଛି, କିନ୍ତୁ କେବଳ ଗୋଟିଏ ଜିନିଷର ହିଁ ଅଭାବ ଅଛି । ତାହା ହେଉଛି ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନାହାନ୍ତି । କଥା ଦେଉଛି, ଆପଣ ବିଜେପି ସରକାରରେ ଓଡ଼ିଶା ବନାନ୍ତୁ ଆମେ ଓଡିଶାକୁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ’ ବୋଲି କହିଛନ୍ତି ଶାହ । ସେହିପରି ରାଜ୍ୟ ସରକାରଙ୍କ ଉପରେ ବର୍ଷି ସେ କହିଛନ୍ତି, ନବୀନ ସରକାର, ଖାଲି ଅଖାର ସରକାର । ମୋଦି ଚାଉଳ ଦେଉଛନ୍ତି, ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି । ଖାଲି ଅଖାରେ ପେଟ ପୁରେନି, ଯଦି ଦେବା କଥା ଚାଉଳ ଦିଅନ୍ତୁ ।ସେହିପରି ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରକୁ ସମ୍ବଲପୁର ସଭାରେ ଟାର୍ଗେଟ କରିଛନ୍ତି ଶାହ ।