ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଓଡିଶାର ୩ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବା ପରେ ଆରମ୍ଭ ହୋଇଛି ମୋଦି ସରକାର ୩.୦ । ଏନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି ଯେ, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଆପଣଙ୍କର ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା । ଆମର ପ୍ରିୟ ଦେଶ ଆପଣଙ୍କ ନେତୃତ୍ବରେ ଶୀର୍ଷରେ ପହଞ୍ଚୁ ।

https://x.com/Naveen_Odisha/status/1800009949164327023

ଏହା ସହ ମୋଦି ସରକାରରେ କେନ୍ଦ୍ର କ୍ୟାବିନେଟରେ ଓଡିଶାରୁ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ଜୁଏଲ ଓରାମଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେ ଲେଖିଛନ୍ତି ଯେ, ଦେଶ ପାଇଁ ଏବଂ ବିଶେଷ ଭାବରେ ଓଡିଶାର ଲୋକଙ୍କ ପାଇଁ ଆପଣ ସମ୍ପୃକ୍ତ ମନ୍ତ୍ରାଳୟରେ ସ୍ଥାନ ପାଇଥିବାରୁ ବଡ ସଫଳତା କାମନା କରୁଛି ।

https://x.com/Naveen_Odisha/status/1800023155828019498

ଅନ୍ୟପଟେ ନବୀନଙ୍କ ଶୁଭେଚ୍ଛାର ପ୍ରତିଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଟ୍ବିଟି କରି ଲେଖିଛନ୍ତି ଯେ, ଆପଣଙ୍କ ଭଳି ଷ୍ଟେଟସମ୍ୟାନ ଉତ୍ସାହିତ କରିବା ମୋ ପାଇଁ ବହୁତ ଗୁରୁତ୍ୱ ବହନ କରେ । ବିକଶିତ ଭାରତ ଓ ବିକଶିତ ଓଡ଼ିଶା ପାଇଁ କାମ କରିବୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

https://x.com/dpradhanbjp/status/1800027105125892157

Comments (0)
Add Comment