ସବୁ ଚର୍ଚ୍ଚା ଉପରେ ବିରାମ, ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସବୁ କଲ୍ପନା ଜଲ୍ପନା ଉପରେ ଲାଗିଲା ବିରାମ । ଇତିହାସ ରଚିଲା ବିଜେପି । ୨୪ ବର୍ଷ ପରେ ଓଡିଶାକୁ ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତା କାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ ମାଝୀ। ଏବେଠୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ବିଧାୟକ ବୈଠକରେ ହେଲା ବଡ ନିଷ୍ପତ୍ତି  । ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ମୋହନ ମାଝୀଙ୍କ ନାଁରେ ଲାଗିଲା ମୋହର  ।  ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତାକାଲି ଜନତା ମଇଦାନରେ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ ମାଝୀ । ଏବେଠୁ ଓଡିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହିତ କେଭି ସିଂ ଦେଓ ଏବଂ ପ୍ରଭାତୀ ପରିଡାଙ୍କୁ  ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କଲେ ରାଜନାଥ ସିଂ ।

Comments (0)
Add Comment