ଆଗକୁ ବଢୁଛି ମୌସୁମୀ, ୨୩ରୁ ରାଜ୍ୟରେ ମୌସୁମୀ ବର୍ଷା

ଭୁବନେଶ୍ବର: କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି, ରାୟଗଡା, ଗଜପତିକୁ ମୌସୁମୀ ବାୟୁ ପ୍ରବେଶ କରିଛି । ଆଗାମୀ ୩ରୁ ୪ ଦିନ ଭିତରେ ମୌସୁମୀ ବାୟୁ ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବେଶ କରିବ । ଯାହାଫଳରେ ୨୩ ତାରିଖ ସୁଦ୍ଧା ମୌସୁମୀ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ।

ସେପଟେ କିନ୍ତୁ ମୌସୁମୀ ଅଗ୍ରସର ସତ୍ତ୍ୱେ ମଧ୍ୟ ୩ ଜିଲ୍ଲାକୁ ହିଟୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ଵର, ମୟୂରଭଞ୍ଜ ଏବଂ ବଲାଙ୍ଗୀର ଜିଲ୍ଲା ପାଇଁ ହିଟୱେଭ୍ ସତର୍କତା ଯାରିକରିଛି ବିଭାଗ। ତେବେ ୨୩ ତାରିଖ ପର୍ଯ୍ୟନ୍ତ କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Comments (0)
Add Comment