ସେ ଇସ୍ତଫା ଦେଇଛନ୍ତି କି ନାହିଁ ଜାଣିନି, ଦେଇଥିଲେ ଭଲ କଥା’ ବୋଲି ପଞ୍ଚାନନ କହିଛନ୍ତି । ସେହିପରି ପଞ୍ଚାନନଙ୍କ କଥାରେ ସହମତ ଦେଇଛନ୍ତି ବରିଷ୍ଠ ନେତା ଜୟଦେବ ଜେନା । ସେ କହିଛନ୍ତି, ମୁଁ ପିସିସି ସଭାପତି ଥିବା ବେଳେ ଇସ୍ତଫା ଦେଇଥିଲି । ଦଳ ହାରିଯିବାରୁ ଇସ୍ତଫା ଦେଇଥିଲି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ‘ବିଜେଡି ଗୋଟିଏ ବି ଏମପି ସିଟ୍ ରଖିପାରିଲାନି, ଆମେ ଜିତିଲୁ । ବିଭିନ୍ନ ସ୍ଥାନରେ ଭୋଟ୍ ପ୍ରତିଶତ ବଢ଼ିଛି, କଂଗ୍ରେସ ଭଲ ପ୍ରଦର୍ଶନ କରୁଛି । କିନ୍ତୁ ଆମେ ସରକାର କରିପାରିଲୁନି, ଏଥିପାଇଁ ମୁଁ ଦାୟିତ୍ୱ ନେଉଛି ଯାହା କହିବା କଥା ହାଇକମାଣ୍ଡକୁ ଜଣାଇ ଦେଇଛି ବୋଲି କହିଲେ ଶରତ ପଟ୍ଟନାୟକ ।