ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ଆଜି ଅନୁଷ୍ଠିତ ହୋଇଛି। ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଭାଗ ନେଉ ନ ଥିଲେ। ଆଜି ପୁଣିଥରେ ମନ୍ କି ବାତ୍ କାର୍ଯ୍ୟକ୍ରମ କରିଛନ୍ତି ମୋଦୀ।
କୁଏତ ନ୍ୟାସନାଲ ରେଡିଓରେ ହିନ୍ଦୀ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି । ପ୍ରତି ରବିବାର କୁଏତରେ ଅଧ ଘଣ୍ଟାର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି । ଦିନକୁ ଦିନ ଯୋଗ ଅଧିକରୁ ଅଧିକ ଦେଶ ଆପଣାଉଛନ୍ତି । ମିଆଁମାର, ସାଉଦି ଆରବ ଓ ଅନ୍ୟାନ୍ୟ ଦେଶରେ ଗ୍ରହଣୀୟତା ବଢିଛି । ଭାରତୀୟ ଉତ୍ପାଦ କଫି ର ମଧ୍ୟ ବିଶ୍ୱ ଦରବାରରେ ଚାହିଦା ବଢିଛି । ପ୍ରାଚୀନ ଭାଷା ସଂସ୍କୃତର ଗୁରୁତ୍ୱ ବଖାଣିଲେ ପ୍ରଧାନମନ୍ତ୍ରୀ ।