ଝାଡ଼ଖଣ୍ଡରେ ପୁଣି ହେମନ୍ତ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ରାଞ୍ଚି: ଅର୍ଥ ହେରଫେର ମାମଲାରେ ଜେଲରୁ ବାହାରିବାର କିଛି ଦିନ ପରେ ଜେଏମଏମର କାର୍ଯ୍ୟନିର୍ବାହୀ ମୁଖ୍ୟ ହେମନ୍ତ ସୋରେନ ଗୁରୁବାର ଦିନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବ‌େ ଶପଥ ଗ୍ରହଣ କରିଛନ୍ତି।

ଶାସକ ମିଳିତ ମଞ୍ଚର ୪୫ ଜଣ ବିଧାୟକ ହେମନ୍ତ ସୋରେନଙ୍କୁ ସେମାନଙ୍କ ନେତା ଭାବରେ ମନୋନୀତ କରିବା ପରେ ଚମ୍ପାଇ ଗତ ବୁଧବାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲ‌େ।

ତେବେ ହେମନ୍ତ ଗିରଫ ହେବାର ପାଞ୍ଚ ମାସ ପରେ ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଜୁନ୍ ୨୮ ତାରିଖରେ ଜାମିନ ପ୍ରଦାନ କରିଥିଲେ।

Leave A Reply

Your email address will not be published.