ପୁରୀ: ବଡ଼ଠାକୁର ପଡ଼ିଯିବା ଘଟଣା। ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି । କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି। ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଯତ୍ନବାନ ହେବେ ବୋଲି କହିଛନ୍ତି ଗଜପତି ମହାରାଜ।
ସୂଚନାଯୋଗ୍ୟ ଯେ, ଗତକାଲି ଆଡପ ମଣ୍ଡପ ପହଣ୍ଡି ବିଜେ ବେଳେ ଚାରମାଳ ଉପରେ ପଡ଼ିଯାଇଥିଲେ ପ୍ରଭୁ ବଳଭଦ୍ର। ଏନେଇ ଅଣସେବାୟତ ଓ ଅନଭିଜ୍ଞ, ଯୁବକ ସେବାୟତଙ୍କୁ ଦାୟୀ କରାଯାଉଛି। ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ସେବାୟତଙ୍କ କହିବା ଅନୁସାରେ, ରଥ ଉପରେ ଆବଶ୍ୟକତାଠାରୁ ଅଧିକ ସେବାୟତ ରହୁଛନ୍ତି । ଅଧିକ ସେବାୟତ ଥିବାରୁ ଏପରି ଅଘଟଣ ଘଟିଛି। ଯେଉଁ ସେବାୟତଙ୍କର ପହଣ୍ଡି ସେବାରେ ନାହାଁନ୍ତି ସେମାନେ ଆସି ପହଣ୍ଡି କରୁଛନ୍ତି ବୋଲି ସେ ବଡ ଅଭିଯୋଗ କରିଥିଲେ ।