ମୁମ୍ବାଇ: କିଛି ପ୍ରତିଶ୍ରୁତି ଜନ୍ମ ଜନ୍ମର । ୨୦୧୭ରେ ଦୁହେଁ ଦୁହିଁଙ୍କୁ ଦେଇଥିବା ପ୍ରତିଶ୍ରୁତି ଗତକାଲି ଆଉ ଏକ ନୂଆ ଆଖ୍ୟା ପାଇଛି । ହିନ୍ଦୁ ରୀତିନୀତି ଅନୁସାରେ ରାଧିକାଙ୍କ ହାତ ଧରିଛନ୍ତି ଅନନ୍ତ ।
ଦେଶର ବହୁ ଚର୍ଚ୍ଚିତ ଓ ବ୍ୟୟ ବହୁଳ ବିବାହ ଗତକାଲି ସମ୍ପନ୍ନ ହୋଇଛି । ଭାରତର ଏନ୍ମର ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ, ବିଶିଷ୍ଟ ଶିଳ୍ପପତି ବିରେନ ମରଚାଣ୍ଟଙ୍କ ଝିଅ ରାଧିକା ମରଚାଣ୍ଟଙ୍କ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ମୁମ୍ବାଇର ଜିଓ ଓ୍ବାର୍ଲଡ କନଭେନ୍ସନ ସେଣ୍ଟରେ ଏହତ ଗ୍ରାଣ୍ଡ ବିବାହ ଆୟୋଜିତ ହୋଇଥିଲା । ଯାହା ଦୁଡ଼ିଆାର ସବୁଠୁ ବ୍ୟୟ ବହୁଳ ବିବାହ ବୋଲି ଚର୍ଚ୍ଚା ହେଉଛି । ଚର୍ଚ୍ଚା ହେଉଛି ଏହି ବିବାହ କାର୍ଯ୍ୟକ୍ରମରେ ପ୍ରାୟ ୩ ରୁ ୫ ହଜାର କୋଟି ଖର୍ଚ୍ଚ କରିଛନ୍ତି ମୁକେଶ ଅମ୍ବାନୀ ।
ତେବେ ଏହି ବିବାହରେ ରାଧିକାଙ୍କ ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏକ ସୁନ୍ଦର ଗୁଜୁରାଟୀ ପରମ୍ପରାର ‘ପନେତାର’ ପିନ୍ଧିଥିଲେ । ଏହା ସହିତ ସେ ତାଙ୍କ ମା, ଭଉଣୀ ଓ ଆଈଙ୍କର ଖାନଦାନି ଅଳଙ୍କାରକୁ ଅତି ସୁନ୍ଦର ଭାବେ ପିନ୍ଧିଥିଲେ । ଯାହା ପାଖାପାଖି ୧୦୦ କୋଟିର ବୋଲି ଚର୍ଚ୍ଚା ହେଉଛି ।

ଏହି ‘ଦଶନ୍ଧିର ବିବାହ’ରେ ଦେଶବିଦେଶ ଆଇକନ୍, ବଲିଉଡ ସେଲିବ୍ରିଟି ଏବଂ ରାଜନୈତିକ ବ୍ୟକ୍ତିଙ୍କ ସହିତ ପରମ୍ପରା ଏବଂ ସେଲିବ୍ରିଟି ଗ୍ଲାମରର ମିଳନ ଦେଖିଥିଲା ବିଶ୍ବ । ଏହି ବିବାହ ଉତ୍ସବରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଡବ୍ଲୁଡବ୍ଲୁଇ ତାରକା ଜନ୍ ସିନା, ବଲିଉଡ୍ ଜଗତର ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ସଦସ୍ୟ, ସଲମାନ୍ ଖାନ୍, ଶାହରୁଖ ଖାନ୍, ଗୌରୀ ଖାନ୍, ରଣବୀର କପୁର, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ନିକ୍ ଜୋନାସ୍, ମାଧୁରୀ ଦିକ୍ଷୀତ, ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁ, କିମ୍ କର୍ଦାସିଆନ୍, ଆୟୁଷ ଶର୍ମା, ଜ୍ୟାକି ଶ୍ରଫ୍ ଙ୍କ ସମେତ କ୍ରିକେଟ୍ ତାରକା ସଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରିତ ବୁମରା, ସୂର୍ଯ୍ୟାକୁମାର ଯାଦବଙ୍କ ଭଳି ଚର୍ଚ୍ଚିତ ଚେହେରା ବିବାହରେ ଯୋଗ ଦେଇଥିବାର ନଜର ଆସିଥିଲେ । ଖାଲି ସେତିକି ବିବାହ ପ୍ରୋସେସନରେ ଖୁବ୍ ଚାନ୍ଦ ଚାନ୍ଦ ଲଗାଇଥିଲେ ଏହି ସେଲିବ୍ରିଟି । ତେବେ ସାତ ଫେରା ନେବା ପୂର୍ବରୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପାଇଁ ଏକ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା, ଯେଉଁଥିରେ ବଲିଉଡର ଅନେକ ବଡ଼ ତାରକା ମଧ୍ୟ ସାମିଲ ହୋଇଥିଲେ।
ତେବେ ଏହି ବ୍ୟୟବହୁଳ ଅନନ୍ତ-ରାଧିକାଙ୍କ ବିବାହକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା। ଅମ୍ବାନୀ ପରିବାର ପକ୍ଷରୁ ପଠାଯାଇଥିବା ବିବାହ ପାଇଁ କେବଳ ନିମନ୍ତ୍ରଣ କାର୍ଡର ମୂଲ୍ୟ ଥିଲା ପ୍ରାୟ ୭ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ସେହିପରି ଅନନ୍ତ ଓ ରାଧିକାଙ୍କ ପ୍ରାକ୍ ବିବାହ ଉତ୍ସବର ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଏହା ସହିତ ଦ୍ଵିତୀୟ ପ୍ରାକ୍ ବିବାହ ଉତ୍ସବରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି।