ରାଜନେତା ରାଜନୀତି ନକରି କ’ଣ ଗୁପଚୁପ୍ ବିକ୍ରି କରିବେ?

ମୁମ୍ବାଇ: ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାଓ୍ବତ। ଏବେ ତାଙ୍କ ଟାର୍ଗେଟରେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ। ତେବେ ନିକଟରେ ଶଙ୍କରାଚାର୍ଯ୍ୟ ଏକନାଥ ସିନ୍ଦେଙ୍କୁ ବିଶ୍ୱାସଘାତୀ କହିଥିଲେ। ଯାହାପରେ କଙ୍ଗନା ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥନରେ ବାହାରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

କଙ୍ଗନା ତାଙ୍କ ପୋଷ୍ଟରେ ଶଙ୍କରାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ରାଜନୀତିରେ, ମିଳିତ ମଞ୍ଚ ଏବଂ ବିଭାଜନ ଏକ ସାଧାରଣ ତଥା ସାମ୍ବିଧାନିକ ବିଷୟ। ୧୯୦୭ ଏବଂ ୧୯୭୧ ମସିହାରେ କଂଗ୍ରେସ ଦଳ ବିଭାଜିତ ହୋଇଥିଲା। ଜଣେ ରାଜନେତା ରାଜନୀତି ନ କରି କ’ଣ ଆଉ ଗୁପ୍ଚୁପ୍ ବିକ୍ରି କରିବେ କି?

ସେହିପରି ଶଙ୍କରାଚାର୍ଯ୍ୟ ଜୀ ତାଙ୍କ ଶବ୍ଦ ଏବଂ ଧାର୍ମିକ ଶିକ୍ଷାର ଅପବ୍ୟବହାର କରିଛନ୍ତି। ଧର୍ମ ଏହା ମଧ୍ୟ କହିଛି ଯେ ଯଦି ରାଜା ଲୋକଙ୍କୁ ଶୋଷଣ କରିବା ଆରମ୍ଭ କରନ୍ତି ତେବେ ଦେଶଦ୍ରୋହ ହେଉଛି ଶେଷ ଧର୍ମ। ଶଙ୍କରାଚାର୍ଯ୍ୟ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ରାଜଦ୍ରୋହୀ ତଥା ବିଶ୍ବାସଘାତକ ଭାବେ ଅଭିହିତ କରିବା ଆମ ସମସ୍ତଙ୍କ ଭାବନାକୁ ଆଘାତ ଦେଇଛି। ଶଙ୍କରାଚାର୍ଯ୍ୟ ଜୀ ଏପରି ଛୋଟ କଥା କହି ହିନ୍ଦୁ ଧର୍ମର ସମ୍ମାନକୁ କ୍ଷତି ପହଞ୍ଚାଉଛ ବୋଲି କଙ୍ଗନା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଏହି ତେବେ ଏକ ସପ୍ତାହ ପୂର୍ବରୁ ସ୍ବାମୀ ଜି ଶିବସେନା ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁମ୍ବାଇର ବାସଭବନରେ ଭେଟିଥିଲେ। ଏହି ସମୟରେ ପରିବାର ସଦସ୍ଯ ତାଙ୍କ ଆଶିର୍ବାଦ ନେଇଥିଲେ। ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବା ଠିକ୍ ନୁହେଁ। ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ଉଚିତ୍। ଉଦ୍ଧବଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା ନେଇ ସେ କହିଥିଲେ।

Leave A Reply

Your email address will not be published.