ଷ୍ଟଣ୍ଟ ବେଳେ ୨୦ଫୁଟ ତଳକୁ ଖସିପଡ଼ି ଷ୍ଟଣ୍ଟମ୍ୟାନ ମୃତ

ଚେନ୍ନାଇ: ସିନେମା ‘ସରଦାର-୨’ର ସେଟରେ ଦୁର୍ଘଟଣା। ଷ୍ଟଣ୍ଟ କରୁଥିଲା ବେଳେ ୨୦ଫୁଟ ତଳକୁ ଖସି ପଡ଼ି ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଛି।

ମୃତ ଷ୍ଟଣ୍ଟମ୍ୟାନଙ୍କ ନାମ ଏଲୁମଲାଇ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୧ଟା ୩୦ମି. ସମୟରେ ମୃତ୍ୟୁ ବରଣ କରିଥିଲେ। ଏଲୁମଲାଇଙ୍କ ପଞ୍ଜରା ହାଡ଼ ଭାଙ୍ଗିବା ସହ କାନପାଖରେ ଗଭୀର ଆଘାତ ଲାଗିଥିଲା।

ଏଲୁମଲାଇ ଜଣେ ଲୋକପ୍ରିୟ ଷ୍ଟଣ୍ଟମ୍ୟାନ ଥିଲେ। ଯିଏକି ରଜନୀକାନ୍ତ, କମଲ ହାସନ, ବିଜୟ, ଅଜିତ କୁମାରଙ୍କ ପାଇଁ ସିନେମାରେ ଷ୍ଟଣ୍ଟ କରିଥିଲେ।

ଚେନ୍ନାଇର ସାଲିଗ୍ରାମର ଏଲଭି ପ୍ରସାଦ ଷ୍ଟୁଡିଓରେ ଜୁଲାଇ ୧୫ରେ ‘ସର୍ଦ୍ଦାର ୨’ର ସୁଟିଂ ଆରମ୍ଭ ହୋଇଥିଲା। ଏହାର ପ୍ରଥମ ଭାଗ ୨୦୨୨ରେ ରିଲିଜ ହୋଇଥିଲା। ଯେଉଁଥିରେ କାର୍ଥିଙ୍କୁ ଡବଲରୋଲରେ ଦେଖିବ‌ାକୁ ମିଳିଥିଲା।

Leave A Reply

Your email address will not be published.