ଦି ଓଭାଲ: ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ନାମରେ ଆଉ ଏକ ବିଶ୍ୱରେକର୍ଡ ଯୋଡି ହୋଇଯାଇଛି । ପ୍ରଥମ ଦିବସରେ ଇଂଲଣ୍ଡ ମାତ୍ର ୪.୨ ଓଭରରେ ଦ୍ରୁତ ଅର୍ଦ୍ଧଶତକ ହାସଲରେ ଏହି ରେକର୍ଡ ସ୍ଥାପନ କରିଛି । ଦୁଇ ଓପନର ବେନ ଡକେଟ ଓ ଅଲୀ ପୋପ ଯଥାକ୍ରମେ ୧୪ ବଲରୁ ୩୩ ଓ ୯ ବଲରୁ ୧୬ ରନ କରିଥିଲେ ।
ଏହା ପୂର୍ବରୁ ୧୯୯୪ରେ ଇଂଲଣ୍ଡ ୪.୩ ଓଭରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତ ଦଳଗତ ଅର୍ଦ୍ଧଶତକ ହାସଲ କରିଥିଲା । ସେହିପରି ୨୦୦୨ରେ ଶ୍ରୀଲଙ୍କା ବିପକ୍ଷରେ ୫ ଓଭରରେ ଅର୍ଦ୍ଧଶତକ କରିଥିଲା ।