ଭୁବନେଶ୍ୱର: ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ତିଆରି ହେଲା ସ୍ପେଶାଲ୍ ଟିମ୍ । ଯେଉଁଥିରେ ବଛା ବଛା ବ୍ଲାକବେଲ୍ଟ ତାଲିମପ୍ରାପ୍ତ ଲେଡି ଅଫିସର ରହିଛନ୍ତି। ଏନେଇ ସୂଚନା ଦେଇଛନ୍ତି କମିଶନର ସଞ୍ଜୀବ ପଣ୍ଡା। ଯାତାୟାତ ସମୟରେ, ଫୋନ୍ ଏବଂ ମେସେଜ୍ ମାଧ୍ୟମରେ ନିର୍ଯାତନା କିମ୍ବା ଇଭ୍-ଟିଜିଂର ସମ୍ମୁଖୀନ ହେଉଥିବା ମହିଳାଙ୍କ ପାଇଁ କମିଶନର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି।
ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, “ଏହି କ୍ଷେତ୍ରରେ ଜଣେ ଏସପି ମାନ୍ୟତା ପ୍ରାପ୍ତ ଅଧିକାରୀ ଦଳର ନେତୃତ୍ୱ ନେଉଛନ୍ତି ଏବଂ ସ୍ୱତନ୍ତ୍ର ତାଲିମପ୍ରାପ୍ତ କର୍ମଚାରୀମାନେ ଏଥିରେ ସାମିଲ ଅଛନ୍ତି। ଏହି ସ୍ୱତନ୍ତ୍ର ଟିମରେ ଆମର ବଛାବଛା ବ୍ଲାକ୍ବେଲ୍ଟ ତାଲିମପ୍ରାପ୍ତ ମହିଳା ପୋଲିସ୍ କର୍ମଚାରୀ ମଧ୍ୟ ଅଛନ୍ତି। ”
ପର୍ବପର୍ବାଣୀ ସମୟରେ ଏବଂ ଅନ୍ୟାନ୍ୟ ସମୟରେ ମଧ୍ୟ ମହିଳାମାନଙ୍କର ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବାରେ ଏହି ସ୍ୱତନ୍ତ୍ର ଦଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପାଇଲଟ ହିସାବରେ ୪ ମାସ ହେବ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ଏହାର ଫଳାଫଳ ବହୁତ ଭଲ ଆସିଛି। ତେଣୁ ଦଳକୁ ଆହୁରି ବ୍ୟାପକ ଏବଂ ମଜବୁତ କରିବାକୁ ଯୋଜନା କରୁଛୁ ବୋଲି କମିଶନର ପଣ୍ଡା କହିଛନ୍ତି।