ଅନନ୍ତନାଗ: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଡାକସୁମ୍ ଅଞ୍ଚଳରେ ଶନିବାର ଦିନ ଏକ ଗାଡି ଖାଇକୁ ଖସି ପଡ଼ିବା ଫଳରେ ଦୁଇ ନାବାଳକଙ୍କ ସମେତ ଗୋଟିଏ ପରିବାରର ଆଠଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି।
ପୀଡିତଙ୍କ ମଧ୍ୟରେ ଜଣେ ପୁରୁଷ, ଦୁଇ ମହିଳା ଏବଂ ପାଞ୍ଚ ଜଣ ଶିଶୁ ଅଛନ୍ତି ଏବଂ ସେମାନେ କିସ୍ତୱାରରୁ ଆସୁଥିଲେ ବୋଲି ଜଣାପଡିଛି।
ପୋଲିସର ସୂଚନାନୁସାରେ, ସେମାନେ ଟାଟା ସୁମୋରେ ଯାତ୍ରା କରୁଥିବା ବେଳେ କୌଣସି କାରଣବଶତଃ ଗାଡି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଫଳରେ ଗାଡିଟି ଖାଇକୁ ଖସି ପଡିଥିଲା।ଏହି ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।
ତେବେ ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।