ତିହାର ଜେଲରେ ୧୨୫ କଏଦୀ ଏଚଆଇଭି ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ୧୨୫ କଏଦୀ ଏଚ.ଆଇ.ଭି. ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୦୦ କଏଦୀଙ୍କୁ ସିଫିଲିସ୍ ହୋଇଥିବା ଜଣାପଡିଛି। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ୧୦,୫୦୦ କଏଦୀଙ୍କ ଚେକଅପ କରାଯିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଏହି ଜେଲରେ ମୋଟ ୧୪,୦୦୦ କଏଦୀ ଅଛନ୍ତି।

ତିହାର ଜେଲରେ କଏଦୀମାନଙ୍କ ମେଡିକାଲ ସ୍କ୍ରିନିଂ ମଝିରେ ମଝିରେ କରାଯାଇଥାଏ। ତିହାର ଜେଲର ନୂତନ ଡିଜି ସତୀଶ ଗୋଲଚା ଦାୟିତ୍ବ ଗ୍ରହଣ କରିବା ପରେ ମେ ଏବଂ ଜୁନ୍ ମାସରେ ୧୦,୫୦୦ କଏଦୀ ମାନଙ୍କ ମେଡିକାଲ ଚେକଅପ କରାଯାଇଥିଲା।

Leave A Reply

Your email address will not be published.