ନିଜ ମାଆ ରବୀନାଙ୍କୁ ପଛରେ ପକେଇ ଦେଲେ ଝିଅ ରାଶା, ନୂଆ ଲୁକ୍ ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନି ସୋସିଆଲ ମିଡିଆରେ ଖୁବ ସକ୍ରିୟ। ବର୍ତ୍ତମାନ ରାଶାଙ୍କ ନୂଆ ଲୁକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫୋଟ ଭାଇରାଲ ହେବା ମାତ୍ରେ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇପାରିଛି। ପ୍ରଶଂସକମାନେ ରାଶାଙ୍କ ନୂଆ ଲୁକକୁ ବହୁତ ପସନ୍ଦ କରୁଛନ୍ତି।

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ସହ ତାଙ୍କ ଝିଅ ରାଶା ମଧ୍ୟ ସିନେ ଜଗତରେ ପ୍ରବେଶ ନକରୁଣୁ ବେଶ ଲୋକପ୍ରିୟ ହୋଇସାରିଲେଣି। ରାଶା ପ୍ରତିଦିନ ଇନଷ୍ଟାଗ୍ରାମରେ ନିଜର ନୂଆ ଲୁକ୍ ସେୟାର କରନ୍ତି। ଏହି ସମୟରେ ରାଶାଙ୍କ ନୂଆ ଫଟୋ ସାମ୍ନାକୁ ଆସିଛି। ଏହି ନୂଆ ଫଟୋ ବର୍ତ୍ତମାନ ଭାଇରାଲ ହୋଇଛି। ମା’ ରବୀନାଙ୍କ ସହ ରାଶାଙ୍କୁ ପ୍ରାୟ ସମୟରେ ଦେଖିବାକୁ ମିଳେ। ଏହା ବ୍ୟତିତ ରାଶା ଖୁବ୍‌ଶୀଘ୍ର ନିଜ ମା’ଙ୍କୁ ଅନୁସରଣ କରିବାକୁ ଯାଉଛନ୍ତି।

ରାଶାଙ୍କ ଫଟୋରେ ରବୀନା ଟଣ୍ଡନଙ୍କ ଝିଅ ରାଶା ଜିନ୍ସ ଏବଂ ଟପ୍ ପିନ୍ଧିଥିବାର ନଜର ଆସିଛନ୍ତି। ପ୍ରଶଂସକମାନେ ରାଶାଙ୍କ ଏହି ପୋଷାକକୁ ବହୁତ ପସନ୍ଦ କରିଛନ୍ତି। ଏହି ଫଟୋରେ ରାଶା ଏକ ଡଙ୍ଗାରେ ବସିଥିବାର ନଜର ଆସିଛନ୍ତି। ପ୍ରଶଂସକମାନେ ରାଶାଙ୍କ ଫଟୋକୁ ଖୁବ ସେୟାର କରୁଛନ୍ତି।

ରାଶାଙ୍କ ନୂଆ ଲୁକ୍ ପ୍ରଶଂସକଙ୍କ ହୃଦୟ କିଣି ନେଇଛି। ରାଶାଙ୍କ ସର୍ଟ ଡ୍ରେସ ଫଟୋ ଉପରେ ପ୍ରଶଂସକମାନେ ଭଲ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଏହି ଫଟୋରେ ରାଶା ମଧୁର ହସ ଫୁଟୁଥିବା ନଜର ଆସିଛନ୍ତି। ରାଶାଙ୍କ ହସ ଲୋକମାନଙ୍କୁ ବେଶ୍ ଆକର୍ଷଣୀୟ କରିଛି। ରାଶାଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅଭିନେତ୍ରୀଙ୍କୁ ତାଙ୍କ ମାଆ ରବିନା ଟଣ୍ଡନ୍‌ଙ୍କ ସହ ତୁଳନା କରୁଥିବା ଦେଖିବାକୁ ମିଳିଛି।

ସୂଚନା ଥାଉକି ଖୁବଶୀଘ୍ର ସିନେ ଦୁନିଆରେ ପାଦ ଥାପିବେ ବୋଲି ଚର୍ଚ୍ଚା ହେଉଛି। ୧୯ ବର୍ଷୀୟା ରାଶା ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମ ଜରିଆରେ ବଲିଉଡ ଏଣ୍ଟ୍ରି କରିବେ। ଅମନ ଦେବଗନଙ୍କ ସହ ସେ ସ୍କ୍ରିନ ସେୟାର କରିବେ। ତେବେ ଫିଲ୍ମର ସୁଟିଂ ଶେଷ ହୋଇଥିବା କଥା କହିଛନ୍ତି ରାଶା।

Leave A Reply

Your email address will not be published.