ଭୁବନେଶ୍ବର: ବିଜେପି ଶାସନ ଅଧିନରେ ଓଡିଶା ଆସିବା ପରେ ଗୋଟିଏ ପ୍ରସଙ୍ଗ ବେଶ୍ ଚର୍ଚ୍ଚା ଧରିଥିଲା ତାହା ହେଲା ନିଶାମୁକ୍ତ ଓଡିଶା । କାରଣ ପୁର୍ବରୁ ମଧ୍ୟ ଦେଖାଦେଇଛି ଯେ ବିଜେପି ରାଜ୍ୟ ମାନଙ୍କରେ ମଦକୁ ବ୍ୟାନ୍ କରାଯାଇଛି । ଯାହାକୁ ନେଇ ଅନେକ ମନ୍ତବ୍ୟ ମଧ୍ୟ ପ୍ରକାଶ ପାଇଥିଲା ।
ଏନେଇ ମନ୍ତ୍ରୀ ବି ଆଲୋଚନା ଚାଲିଛି ବୋଲି କହିଥିଲେ । ହେଲେ ହଠାତ୍ ମଦ ବନ୍ଦ କରାଯାଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ ବିଭାଗୀୟ ମନ୍ତ୍ରୀ । କାରଣ ରାଜ୍ୟରେ ମଦ ବେପାର ରାଜ୍ୟ ରାଜସ୍ବକୁ ପ୍ରାୟ ୬ ହଜାର କୋଟିରୁ ଅଧିକ ଲାଭ ଦେଇଥାଏ । ଯାହା ବ୍ୟାନ ହେବା ଦ୍ବାରା ଓଡିଶା ବଡ କ୍ଷତି ସହିପାରେ ।